ଭୁବନେଶ୍ବର:କୋରୋନା ସ୍ଥିତିକୁ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା । ପାର୍ବଣ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ହ୍ରାସ ପାଇଁ ସଚେତନ ଆବଶ୍ୟକ ଓ କୋଭିଡ୍ ନିୟମ ପାଳନ କରିବା ଉଚିତ । ବିଭିନ୍ନ ଉତ୍ସବ, ପାର୍ବଣକୁ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ । ଲକ୍ଷଣ ଥିଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ ଓ ଟେଷ୍ଟିଂର ସୁବିଧା କରାଯିବ ବୋଲି କହିଛନ୍ତି ଡିଏମଇଟି ।
ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବା । ମୁଖ୍ୟତଃ ସାମାଜିକ ଦୂରତା, ଭିଡକୁ ନ ଯିବାକୁ ଡିଏମଇଟି ବାରଣ କରିଛନ୍ତି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପାର୍ବଣ ପାଇଁ ଟେଷ୍ଟ ଷ୍ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ମଧ୍ୟ ବଢ଼ାଯାଉଛି ।