ଭୁବନେଶ୍ବର: କୋରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି DMET ସିବିକେ ମହାନ୍ତି । ନୂଆ ଭ୍ୟାରିଆଣ୍ଟର ଅଳ୍ପଗୁଣ ଚିହ୍ନଟ ହୋଇଛି । ଏହାର ସଂକ୍ରମଣ କ୍ଷମତା ବଢିପାରେ, ଯାହାକି ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବ ବୋଲି ଆଶଙ୍କା ରହିଛି । ଏହା ଉପରେ ଆହୁରି ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଡିଏମଇଟି କହିଛନ୍ତି ।
ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ମଧ୍ୟ ସତର୍କ କରାଇଛି । ଏହାକୁ ସଙ୍ଗଠନ ଭ୍ୟାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି ମଧ୍ୟ କହିଛି । କିନ୍ତୁ ଏପର୍ଯ୍ୟନ୍ତ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ବା ଚିନ୍ତାଜନକ ବୋଲି କହିନାହିଁ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ଆଗକୁ ସଂକ୍ରମଣ କ୍ଷମତା ବଢ଼ିପାରେ ବୋଲି କୁହାଯାଉଛି। ଅଧିକ ଗୁରୁତର ମଧ୍ୟ କରିବାର ଆଶଙ୍କା ରହିଛି । ମାତ୍ର ଏପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ । ଏଣୁ ଏହା ଉପରେ ଅଧିକ ଗବେଷଣା ଓ ଅନୁଧ୍ୟାନର ଆବଶ୍ୟକତା ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିବା କହିଛନ୍ତି ଡିଏମଇଟି ।