ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି। ଆଗକୁ ଥାର୍ଡ ୱେଭ ଆସିବ ବୋଲି ଅନେକ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ। ଦ୍ବିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡିଶାକୁ ଆସିଥିଲା। ତେଣୁ ଆଶା କରୁଛୁ ଥାର୍ଡ ୱେଭ ଆମ ଦେଶକୁ ଆସିଲେ ଜାଣିହେବ। ବର୍ତ୍ତମାନ ଠାରୁ ଆମେ ଥାର୍ଡ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର, ଆସିବା ପୂର୍ବରୁ ଜାଣି ହେବ ! - ତୃତୀୟ ଲହରକୁ ନେଇ ସିବିକେ ମହାନ୍ତିଙ୍କ ସୂଚନା
ତୃତୀୟ ଲହରକୁ ନେଇ ମତ ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...
![ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର, ଆସିବା ପୂର୍ବରୁ ଜାଣି ହେବ ! ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର](https://etvbharatimages.akamaized.net/etvbharat/prod-images/768-512-12259492-thumbnail-3x2-jh.jpg)
ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର
ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର
ଏପଟେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ତୃତୀୟ ଲହର ଏପର୍ଯ୍ୟନ୍ତ ପ୍ରାକ ଆକଳନ ଷ୍ଟେଜରେ ରହିଛି। କେବେ ରାଜ୍ୟକୁ ଆସିବ ତାହା କହିହେବ ନାହିଁ । ଟିକା ନେଲେ ସମସ୍ତେ ସୁରକ୍ଷିତ ରହିପାରିବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
TAGGED:
corona third wave