ଓଡିଶା

odisha

ETV Bharat / city

'କୋଭିଡ ମୃତ୍ୟୁ ଅଡିଟ୍ ଚାଲିଛି, ମହାମାରୀ ପରେ ଆସିବ ସମ୍ପୂର୍ଣ୍ଣ ତଥ୍ୟ' - ଖୁବଶୀଘ୍ର ସରିବ କୋଭିଡ ମୃତ୍ୟୁ ଅଡିଟ ରିପୋର୍ଟ

ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ନେଇ ପ୍ରତିକ୍ରିୟା ରଖିଲେ DMET ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ମୃତ୍ୟୁ ଅଡିଟ୍ ଚାଲିଛି । ମହାମାରୀ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ । ଅଧିକ ପଢନ୍ତୁ...

'କୋଭିଡ ମୃତ୍ୟୁ ଅଡିଟ୍ ଚାଲିଛି, ମହାମାରୀ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ'
'କୋଭିଡ ମୃତ୍ୟୁ ଅଡିଟ୍ ଚାଲିଛି, ମହାମାରୀ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ'

By

Published : Aug 19, 2021, 5:27 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଥମୁନି ମୃତ୍ୟୁ । ପ୍ରତିଦିନ ବହୁସଂଖ୍ୟକ ସଂକ୍ରମିତ ଆଖି ବୁଜୁଛନ୍ତି । ଏପରିସ୍ଥଳେ ରାଜ୍ୟ ସରକାର କୋଭିଡ ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ପୂର୍ବରୁ ଅନେକ ଅଭିଯୋଗ ହୋଇଛି । ଏପରିକି ଖୋଦ୍ ଶାସକ ଦଳର ଜଣେ ବିଧାୟକ ମଧ୍ୟ ଦଳ ସୁପ୍ରିମଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେବେ ବାସ୍ତବରେ କେତେ ଲୋକଙ୍କ କୋଭିଡରେ ମୃତ୍ୟୁ ହୋଇଛି ଏହି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି DMET ।

'କୋଭିଡ ମୃତ୍ୟୁ ଅଡିଟ୍ ଚାଲିଛି, ମହାମାରୀ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ'

DMETଙ୍କ କହିବା କଥା, ପ୍ରତିଦିନ କୋରୋନା ସଂକ୍ରମିତ ଆଖି ବୁଜୁଛନ୍ତି । ତେଣୁ ମହାମାରୀ ସରିବା ପରେ ହିଁ ମୋଟ କେତେ ଲୋକ ପ୍ରାଣ ହାରଇଛନ୍ତି ତାହାର ତଥ୍ୟ ଉପସ୍ଥାପନ କରାଯାଇ ପାରିବ । କୋଭିଡ ମୃତ୍ୟୁର ଅଡିଟ୍ ଚାଲିଛି । ମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି ।

ପ୍ରତିଦିନ ପ୍ରକାଶ ପାଉଥିବା ମୃତ୍ୟୁ ରିପୋର୍ଟ ତା'ର ପୂର୍ବ ଦିନର ନୁହେଁ । ଯାହା ଅଡିଟ୍ ହେଉଛି ତାହାକୁ ଦେଖାଯାଉଛି । ଆମେ କିଛି ବି ତଥ୍ୟ ଲୁଚାଉ ନାହୁଁ । କୋଭିଡ ଜନିତ ମୃତ୍ୟୁ ଅଡିଟ୍ ଚାଲିଛି । ଅଡିଟ୍ ସରିବା ପରେ ସବୁ ମୃତ୍ୟୁ ତଥ୍ୟ ସାର୍ବଜନୀନ କରାଯିବ । ଖୁବଶୀଘ୍ର ପୂର୍ବର କୋଭିଡ ମୃତ୍ୟୁ ଅଡିଟ ସରିଯିବ । ବର୍ତ୍ତମାନ ସମୟରେ ଖୁବ କମ୍ କୋରୋନା ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସେତେବେଳେ ଥିବା ତଥ୍ୟ ଆଧାରରେ ମୃତ୍ୟୁ ଅଡିଟ୍ 15 ଦିନରେ ସରିବ ବୋଲି କହିଥିଲି । ଏବେ ଯାଏଁ ମହାମାରୀ ସରିନି । ତା' ମଧ୍ୟରେ ବି ପୁରୁଣା ମୃତ୍ୟୁ ତଥ୍ୟ ଆସୁଛି । ମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ତେବେ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ଏଯାବତ୍ ରାଜ୍ୟର ମୋଟ 7 ହଜାର 154 ଜଣଙ୍କ କୋଭିଡ ଜନିତ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୪୦୨ ଥିବାବେଳେ ସୁନ୍ଦରଗଡରେ 570 ଜଣ ଅଛନ୍ତି । ସେହପରି କଟକରେ 567 ଜଣ ସଂକ୍ରମିତ ଆଖି ବୁଜିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details