ଭୁବନେଶ୍ବର: ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । କୋଭିଡ ମୁକ୍ତ ବିଶ୍ବ ପାଇଁ ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ କରାଯିବ ଦୀପଦାନ । ଆସନ୍ତା 15 ତାରିଖରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଶ୍ରୀମନ୍ଦିର ଛତିଶା ନିଯୋଗ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଅଶୋକ ମହାପାତ୍ର ଏ ସମ୍ପର୍କରେ ପ୍ରକାଶ କରିଛନ୍ତି । ଛତିଶାନିଯୋଗର ନାୟକ ପାଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଏବଂ ସେବାୟତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେବାକୁ ଆଶାପୋଷଣ କରାଯାଇଛି ।
ଗତ ଅକ୍ଟୋବର 1 ତାରିଖ ବ୍ୟାସ ପୂର୍ଣ୍ଣିମାଠାରୁ କୋଭିଡ ମୁକ୍ତ ବିଶ୍ବ ପାଇଁ ଅଗ୍ନିହୋତ୍ର ଯଜ୍ଞ ଲିଙ୍ଗରାଜ ମନ୍ଦିରର ନିକଟସ୍ଥ ବିନ୍ଦୁସାଗର ଠାରେ ଆରମ୍ଭ ହୋଇଛି । ଡିସେମ୍ବର 15 ତାରିଖ ଦିନ ପୁରୀ ସ୍ଥିତ ରାଣୀ ସତୀ ମନ୍ଦିରରେ ଅଗ୍ନିହୋତ୍ର ଯଜ୍ଞ କରାଯାଇ ବିଶ୍ବରେ ସମସ୍ତ କୋରୋନା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହି ଦ୍ବୀପଦାନ ପାଇଁ 50 ଟିଣ ଘିଅ ଓ 600 ଟିଣ ତେଲ ବ୍ୟବହାର କରାଯିବ ।