ଭୁବନେଶ୍ବର: ରବିବାର ଆଲୋକର ପର୍ବ ଦୀପାବଳି । ଏହି ଦିନରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବ । ଓଡ଼ିଆ ପରମ୍ପରା ଅନୁସାରେ କାଉଁରିଆ କାଠିରେ ନିଆଁ ଜାଳି ବଡ଼ବଡୁଆଙ୍କୁ ଆବାହାନ କରାଯାଏ । ଏଥିସହିତ ଘରେ ଇଷ୍ଟଦେବଙ୍କ ପୂଜା କରିବା ସହିତ ମଉଳା ଶ୍ରାଦ୍ଧ ମଧ୍ୟ ଅର୍ପଣ କରାଯାଏ ।
ଏଭଳି ଏକ ପବିତ୍ର ଦିନରେ ବିଭିନ୍ନ ପ୍ରକାର ପିଠାପଣା କରାଯିବା ସହ ଫଳମୂଳ ଭୋଗ ରୂପରେ ଅର୍ପଣ କରାଯାଏ । ଘର ଓ ଅଗଣାକୁ ଦୀପର ଆଲୋକରେ ଆଲୋକିତ କରାଯାଏ । ସେପଟେ ଦୀପାବଳିକୁ ନେଇ ବଜାରରେ କାଉଁରିଆ, ଦୀପ, ତେଲ, ଫଳ, ମୂଳ, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର ଆଦି କିଣିବା ପାଇଁ ସହର ବାସିନ୍ଦାମାନେ ଦୋକାନୀଙ୍କ ନିକଟରେ ଭିଡ଼ ଜମାଇଛନ୍ତି ।