ଓଡିଶା

odisha

ETV Bharat / city

‘କେବଳ ଦୀପ ଜାଳି ପାଳିବା ଦୀପାବଳୀ’ - ଲଙ୍ଗ୍ସ

ଦୀପାବଳିରେ ବାଣ ନଫୁଟାଇ କେବଳ ଦୀପ ପ୍ରଜ୍ବଳନ କରି ଦୀପାବଳି ସେଲିବ୍ରେଟ କରିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

କେମିତି ମନାଇବେ ଦୀପାବଳି? ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
କେମିତି ମନାଇବେ ଦୀପାବଳି? ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

By

Published : Oct 25, 2021, 1:13 PM IST

Updated : Oct 25, 2021, 1:49 PM IST

ଭୁବନେଶ୍ବର: ଆଗକୁ ଆସୁଛି ଦୀପାବଳି । ଏନେଇ ଲୋକଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୀପୀବଳୀରେ ବାଣ ଫୁଟାଇଲେ ଏହା ଲଙ୍ଗ୍ସକୁ ପ୍ରଭାବିତ କରିବ । ତେବେ ବାୟୁ ପ୍ରଦୂଷଣ ବଢିଲେ ଏହା ଅଧିକ ହେବାର ସମ୍ଭାବନା ରହିଛି ।

‘କେବଳ ଦୀପ ଜାଳି ପାଳିବା ଦୀପାବଳୀ’

ତେବେ ଦୀପାବଳିରେ ବାଣ ଫୁଟାଇବା ଆବଶ୍ୟକତା ନାହିଁ କି ବାଣରୁ ବାହାରୁଥିବା ଖରାପ ଗ୍ୟାସ ଯୋଗୁଁ ଅସୁସ୍ଥ ହେବାର ନାହିଁ । କେବଳ ଦୀପ ଜାଳି ପର୍ବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ଏକ ରୋଗ ଯାହା ଆରମ୍ଭରୁ ଲଙ୍ଗ୍ସ କୁ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ। ତେଣୁ ବାଣ ନିକଟରୁ ସମସ୍ତେ ଦୂରେଇ ରହିବା ଆବଶ୍ୟକ ରହିଛି । ଏନେଇ ସରକାର ଖୁବ ଶୀଘ୍ର ଏକ ଗାଇଡ଼ଲାଇନ ଆସିବ।

କୋରୋନା ସଂକ୍ରମଣ ବଢିବା କମିବା ଡାଇନାମିକ ପ୍ରୋସେସରେ ଚାଲିବ। ଆମେ ଏଣ୍ଡାମିକରେ ଅଛେ। ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି କୋରୋନା ସଂକ୍ରମଣ। ଟ୍ରାନ୍ସମିସନ ଭଳି ପରିବେଶ ସୄଷ୍ଟି କରିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 25, 2021, 1:49 PM IST

ABOUT THE AUTHOR

...view details