ଓଡିଶା

odisha

ETV Bharat / city

ECMO ଚିକିତ୍ସାଧୀନ ଦିବ୍ୟରଞ୍ଜନଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି ପତ୍ନୀ ପ୍ରତିଭା

ଦିବ୍ୟରଞ୍ଜନ ଏକ IT କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯାହା ସମ୍ବଳ ଥିଲା ସବୁ ସରିଯିବା ପରେ ଏବେ ଭଗବାନ ହିଁ ସାହା । ଆଉ ଉଭୟଙ୍କ ବାହାଘରକୁ ଗୋଟିଏ ବର୍ଷ ପୁରିଛି । ଘରେ ମଧ୍ୟ 2 ମାସର ଏକ ଛୁଆ ଅଛି । ଅଧିକ ପଢନ୍ତୁ...

By

Published : Jun 9, 2021, 8:55 PM IST

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ହସ୍ପିଟାଲର ECMO ଚିକିତ୍ସାଧୀନ ଦିବ୍ୟ ରଞ୍ଜନ,
ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ହସ୍ପିଟାଲର ECMO ଚିକିତ୍ସାଧୀନ ଦିବ୍ୟ ରଞ୍ଜନ,

ଭୁବନେଶ୍ବର: କଟକ ଆଠଗଡ ଅଞ୍ଚଳର ହେଉଛନ୍ତି ପ୍ରତିଭା ପ୍ରିୟଦର୍ଶିନୀ । ଗତ ଏପ୍ରିଲ 26 ରେ ସ୍ଵାମୀ ଓ ସେ ଦୁହେଁ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ସେ ତ ସୁସ୍ଥ ହୋଇଗଲେ ସତ ହେଲେ ସ୍ଵାମୀ କିନ୍ତୁ ଧିରେ ଧିରେ ଗୁରୁତର ହେବାକୁ ଲାଗିଲେ । ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ 5 ଦିନ ପରେ ଭୁବନେଶ୍ବର ଆଣି ଏକ ଘରୋଇ ହସ୍ପିଟାଲରେ 23 ଦିନ ଚିକିତ୍ସା କଲା ପରେ ବି ECMO ସେବା ଦରକାର ପଡ଼ିବାରୁ ହାଇଦ୍ରାବାଦ ଏୟାର ଲିଫ୍ଟ କରିବାକୁ ମଧ୍ୟ ବ୍ୟବସ୍ଥା ହୋଇଥିଲା । ହେଲେ ଅକ୍ସିଜେନ କମିବାରୁ ଏୟାରଲିଫ୍ଟ ସମ୍ଭବ ହେଲା ନାହିଁ । ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ECMO ଚିକିତ୍ସାଧୀନ ଅଛନ୍ତି ଦିବ୍ୟ ରଞ୍ଜନ ।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ହସ୍ପିଟାଲର ECMO ଚିକିତ୍ସାଧୀନ ଦିବ୍ୟ ରଞ୍ଜନ,

ଆଉ ଦିନକୁ ଚିକିତ୍ସାପାଇଁ ଖର୍ଚ୍ଚ ହେଉଛି ପ୍ରାୟ ଦେଢରୁ 2 ଲକ୍ଷ ଟଙ୍କା । ତେବେ ଆହୁରି 22 ଲକ୍ଷରୁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ସମ୍ଭଳ ନଥିବାରୁ ସ୍ଵାମୀଙ୍କ ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ପ୍ରତିଭା । ଦିବ୍ୟ ରଞ୍ଜନ ଏକ IT କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯାହା ସମ୍ବଳ ଥିଲା ସବୁ ସରିଯିବା ପରେ ଏବେ ଭଗବାନ ହିଁ ସାହା । ଆଉ ଉଭୟ ଦମ୍ପତିଙ୍କର ବାହାଘରକୁ ଗୋଟିଏ ବର୍ଷ ପୁରିଛି । ଘରେ ମଧ୍ୟ 2 ମାସର ଏକ ଛୁଆ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି ।

ତାଙ୍କର ଚିକିତ୍ସା ପାଇଁ ଲୋକମାନଙ୍କୁ ସେ ସହଯୋଗର ଦାତ ବଢାଇବାକୁ ନିବେଦନ କରିଛନ୍ତି । ଇଚ୍ଛୁକ ବଦାନ୍ୟ ବ୍ୟକ୍ତି ଆକାଉଣ୍ଟଧାରୀ ପ୍ରତିଭା ପ୍ରିୟଦର୍ଶିନୀ, A/C-0042104000441667, IFSC- IBKL0000042 କିମ୍ବା ତାଙ୍କର ଫୋନ୍ ପେ, ଗୁଗଲ ପେ ନମ୍ବର- 9438430521 ମାଧ୍ୟମରେ ଅର୍ଥରାଶି ପ୍ରଦାନ କରି ପାରିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details