ଓଡିଶା

odisha

ETV Bharat / city

ଯାଜପୁରରେ ପହଞ୍ଚିଲା ଭାରତ ଗୌରବ ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ - ଯୀଜପୁରରେ କାଶୀ ଆଦି ଅମାବାସ୍ୟା ଯାତ୍ରା ଟ୍ରେନ

ଯାଜପୁରରେ ପହଞ୍ଚିଲା ‘ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା’ ଟ୍ରେନ । ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ ଗଡ଼ିବ ଧାର୍ମିକ ଗନ୍ତବ୍ୟସ୍ଥଳ । ଅଧିକ ପଢ଼ନ୍ତୁ

ଯାଜପୁରରେ ଭାରତ ଗୌରବ ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ
ଯାଜପୁରରେ ଭାରତ ଗୌରବ ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ

By

Published : Jul 27, 2022, 7:44 AM IST

ଭୁବନେଶ୍ବର:ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ଭାରତ ଗୌରବ ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ । ଚଳିତ ମାସ ୨୩ ତାରିଖରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡିଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ - ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ମଙ୍ଗଳବାର ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଞ୍ଚିଛି ।

କାଶୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟସ୍ଥଳକୁ ପରିଭ୍ରମଣ କରିବ । ଯେଉଁଠାରେ ତୀର୍ଥଯାତ୍ରୀ / ପର୍ଯ୍ୟଟକ ପିଠାପୁରମ, ପୁରୀ, କୋଣାର୍କ, ଯାଜପୁର, କାଶୀ, ଗୟା, ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠ ଗୁଡିକୁ ପରିଦର୍ଶନ କରିପାରିବେ । ଓଡ଼ିଶାର ଶକ୍ତି ପୀଠ ମଧ୍ୟରେ ପର୍ଯ୍ୟଟକମାନେ କୋଣାର୍କରେ ପର୍ଯ୍ୟଟନସ୍ଥଳ ବ୍ୟତୀତ ପୁରୀର ବିମଳା ମନ୍ଦିର ଏବଂ ଯାଜପୁରର ବିରଜା ମନ୍ଦିର ପରିଦର୍ଶନ କରିବେ ।

ଭାରତ ଏବଂ ବିଶ୍ୱବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ପ୍ରଦର୍ଶନ କରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ ପରିକଳ୍ପନା । ଭାରତ ଗୌରବ ଟ୍ରେନ୍ ଚଳାଚଳ ନୀତି ଅଧୀନରେ ଭାରତୀୟ ରେଳ ସହଭାଗିତାରେ ଏହି ଟୁରିଷ୍ଟ ସର୍କିଟ୍ ଚଳାଚଳ ପାଇଁ ଏକ ପଦକ୍ଷେପ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details