ଭୁବନେଶ୍ବର: ଏଣିକି ଗାଡି ପଛରେ ବସିଥିବା ବ୍ୟକ୍ତି ବି ପିନ୍ଧିବେ ହେଲମେଟ । ଦୁଇ ଚକିଆ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବ୍ୟବହାର ବାଧ୍ୟତାମୂଳକ । ନହେଲେ ଲାଇସେନ୍ସ ହେବ ବାତିଲ । ଏନେଇ ରାଜ୍ୟ ପରିବହନ ବିଭାଗ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ନିଜ ସୁରକ୍ଷା ପାଇଁ ହେଲମେଟ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ।
ଏଣିକି ବାଇକ ପଛରେ ବସି ହେଲମେଟ ନ ପିନ୍ଧିଲେ ଲାଇସେନ୍ସ ହେବ ରଦ୍ଦ - ride and person sitting wears helmets
ଗାଡି ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା ବାଧ୍ୟତାମୂଳକ । ନଚେତ୍ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଅଧିକ ପଢନ୍ତୁ...
ଏଣିକି ଗାଡି ପଛରେ ବସିଥିବା ବ୍ୟକ୍ତି ପିନ୍ଧିବେ ହେଲମେଟ, ନଚେତ ଲାଇସେନ୍ସ ହେବ ବାତିଲ
ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ ଥିଲା । ଏହାକୁ ଅବମାନନା କଲେ 3 ମାସ ପାଇଁ ଲାଇସେନ୍ସ ବାତିଲ କରାଯିବାର ନିର୍ଦ୍ଦେଶ ରହିଥିଲା । ମାତ୍ର ବର୍ତ୍ତମାନ ଚାଳକ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପରିଧାନ କରିବେ । ନଚେତ୍ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
STA tweet on helmet use