ଭୁବନେଶ୍ବର: ଆସନ୍ତା ସ୍ୱାଧୀନତା ଦିବସ କଟକଣା ମୁକ୍ତ ଭାବେ ପାଳନ ହେବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ପତକା ଉତ୍ତୋଳନ କରିବେ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି । 21 ଜିଲ୍ଲାରେ ମନ୍ତ୍ରୀ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବାବେଳେ ୧୧ଟି ସ୍ଥାନରେ ଆରଡିସି ଓ ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବେ । ନଜର ପକାନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ
କିଏ କେଉଁଠି କରିବେ ପତାକା ଉତ୍ତୋଳନ? ଜାରି ହେଲା ତାଲିକା 1- କନ୍ଧମାଳରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା
2- ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
3- ଢେଙ୍କାନାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
4- ବଲାଙ୍ଗୀରରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ
5- କେନ୍ଦୁଝରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ
6- ନୟାଗଡ଼ରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ
7- କଟକରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
8- ସୁନ୍ଦରଗଡରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ
9- ମୟୁରଭଞ୍ଜରେ ଖାଦ୍ୟ ଏବଂ ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
10- ବରଗଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ
11- ବାଲେଶ୍ଵରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ
12- ଗଂଜାମରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
13- କଳାହାଣ୍ଡିରେ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
14- ମାଲକାନଗିରିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
15- ସମ୍ବଲପୁରରେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଶ୍ୱିନୀ ପାତ୍ର
16- କୋରାପୁଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ
17- ଗଜପତିରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
18- ଖୋର୍ଦ୍ଧାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା
19- ସୋନପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ
20- ନୂଆପଡାରେ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ
21- ଅନୁଗୁଳରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
22- ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି
23- ରାଉଲକେଲାରେ ଉତ୍ତରାଞ୍ଚଳ ଆରଡିସିଭଦ୍ରକ, ବୌଦ୍ଧ, ଦେଓଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡ଼ାରେ ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।