ଓଡିଶା

odisha

ETV Bharat / city

3 ଜିଲ୍ଲା ଯୋଜନା ବୋର୍ଡର ବଦଳିଲେ ଅଧ୍ୟକ୍ଷ - district planning board president change

ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିରେ ପରିବର୍ତ୍ତନ ଆଣିଛନ୍ତି । 3ଟି ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ଅଦଳବଦଳ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

district planning board
3 ଜିଲ୍ଲା ଯୋଜନା ବୋର୍ଡର ବଦଳିଲେ ଅଧ୍ୟକ୍ଷ

By

Published : Dec 13, 2019, 7:53 PM IST

ଭୁବନେଶ୍ବର: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିରେ ପରିବର୍ତ୍ତନ । ବଦଳିଲେ 3ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇ ଥିବାବେଳେ ପୂର୍ବରୁ ଏହି ଦାୟିତ୍ବରେ ଥିବା ଟୁକୁନି ସାହୁଙ୍କୁ ଦେଓଗଡ ଜିଲ୍ଲାର ଦାୟିତ୍ବ ମିଳିଛି ।

ଦେଓଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଏହି ଦାୟିତ୍ବ ହଟାଇ ଦିଆଯାଇଛି । ସେହିଭଳି ବଲାଙ୍ଗୀର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ବସିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଆଗରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଜିଲ୍ଲାର ଦାୟିତ୍ବରେ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details