ଓଡିଶା

odisha

ETV Bharat / city

ରକ୍ତଦାନ କାର୍ଯ୍ୟକ୍ରମ ସକ୍ରିୟ କରିବାକୁ ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ - ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ

ରକ୍ତ ଅଭାବକୁ ଦୂର କରିବାକୁ ଓଡ଼ିଶା-ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକମାନେ ଅଧିକ କ୍ରିୟାଶୀଳ ହେବାକୁ ଆହ୍ବାନ । ଅଧିକ ପଢନ୍ତୁ...

ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ
ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ

By

Published : May 19, 2021, 9:55 AM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଉତ୍କଟ ଦେଉଛି କୋଭିଡ ପରିସ୍ଥିତି । ଏହା ସହିତ ବିଭିନ୍ନ ବ୍ଲଡ ବ୍ୟାଙ୍କରେ ଦେଖାଦେଇଛି ରକ୍ତ ଅଭାବ । ଯାହା ଆଉ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ତେଣୁ ଏହି ରକ୍ତ ଅଭାବକୁ ଦୂର କରିବାକୁ ଓଡ଼ିଶା-ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକମାନେ ଅଧିକ କ୍ରିୟାଶୀଳ ହେବାକୁ ଆହ୍ବାନ ଦିଆଯାଇଛି ।

ଆଜି (ବୁଧବାର) ଭର୍ଚୁଆଲ ବୈଠକ ଜରିଆରେ ୩୦ଟି ଜିଲ୍ଲାର ଓଡ଼ିଶା ମୋ ପରିବାର ସଂଯୋଜକ ମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି କୋଭିଡ୍ ପରିସ୍ଥିତିରେ ଲୋକଙ୍କ ସମସ୍ୟା ସମାଧାନରେ ଛିଡ଼ା ହେବାକୁ ଆହ୍ବାନ ଦେଇଛନ୍ତି । ବିଜୁ ଯୁବ ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ଦେବୀ ରଂଜନ ତ୍ରିପାଠୀ ସମଗ୍ର ରାଜ୍ୟରେ କ୍ଷୁଦ୍ର ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ।

ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ସଂଯୋଜକ ମାନଙ୍କ ସହିତ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସଂପାଦକ ରୁଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହ ବ୍ୟାପୀ ଚାଲିଥିବା ରକ୍ତଦାନ ଶିବିରର ଆଜି ୩ୟ ଦିନରେ ୧୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ସମୁଦାୟ ୪୭୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ।

ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details