ଓଡିଶା

odisha

ETV Bharat / city

ଘର ଓ ଜମି ହିତାଧିକାରୀଙ୍କୁ ଲିଜ୍ ଦଲିଲ ହସ୍ତାନ୍ତର

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ବାସୋପଯୋଗୀ ଘର ଓ ଜମି ହିତାଧିକାରୀଙ୍କୁ ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ

By

Published : Nov 20, 2021, 9:51 PM IST

distribution of lease deed to home and land beneficiaries  in BDA
ଘର ଓ ଜମି ହିତାଧିକାରୀଙ୍କୁ ଲିଜ୍ ଦଲିଲ ହସ୍ତାନ୍ତର

ଭୁବନେଶ୍ବର:ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ବାସୋପଯୋଗୀ ଘର ଓ ଜମି ହିତାଧିକାରୀଙ୍କୁ ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ କରାଯାଇଛି । ଏଥିଯୋଗୁଁ Housing Board ର ୧୯୨୫ ଏବଂ BDA ର ୮୭୮ ସମୁଦାୟ ୨୮୦୩ ଆବଣ୍ଟନକାରୀ ଉପକୃତ ହେବେ ।

ଆର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗ ନଗର ଓ ଅନନ୍ତ ବିହାର ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବ ବିହାର ଏବଂ ଡୁମୁଡୁମାରେ ଦୀର୍ଘ ୨୦ ବର୍ଷ ହେଲା ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ଜମି ଉପରେ BDA ଓ Housing Board ତରଫରୁ ନିର୍ମାଣ ହୋଇଥିବା ଘର ଗୁଡ଼ିକ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ଲିଜ୍ ସମ୍ପାଦନ ନ ହୋଇଥିବାରୁ ଆବଣ୍ଟନ ଗ୍ରାହୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ।

ଘର ଓ ଜମି ହିତାଧିକାରୀଙ୍କୁ ଲିଜ୍ ଦଲିଲ ହସ୍ତାନ୍ତର
ଏହି ସବୁ ସମସ୍ୟାକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଜ୍ ଡିଡ୍ କରିବା ପାଇଁ ସମସ୍ତ ଜାଗା ଉପରେ ଜୋରିମାନା, ସୁଧ ଇତ୍ୟାଦି ବାବଦକୁ ସମୁଦାୟ ୨୯ କୋଟି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ BDA ଓ Housing Board ଲିଜ୍ ସମ୍ପାଦନ କରିପାରିଥିଲା ଏବଂ କୌଣସି ହିତାଧିକାରୀଙ୍କୁ ଜମିମୂଲ୍ୟ ବାବଦରେ ଅତିରିକ୍ତ ଦେୟ ଦେବାକୁ ପଡିଲା ନାହିଁ । ଏହିସବୁ କାର୍ଯ୍ୟକ୍ରମ କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଏବଂ ସମୟୋଚିତ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଛି ।
ଘର ଓ ଜମି ହିତାଧିକାରୀଙ୍କୁ ଲିଜ୍ ଦଲିଲ ହସ୍ତାନ୍ତର
ଜନସାଧାରଣଙ୍କ ସୁବିଧାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ସେବାକୁ Online ମାଧ୍ୟମରେ ଯୋଗାଇ ଦେବା ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ଦଲିଲ ସମ୍ପାଦନ (Lease Deed Execution), ବ୍ୟାଙ୍କ ଋଣ ନିମନ୍ତେ ଅନୁମତି ପତ୍ର (NOC), ତୃତୀୟପକ୍ଷ ହସ୍ତାନ୍ତର (Third Party Transfer) ଆଦି ସେବା ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ବରକୁ ଏକ ସୁନ୍ଦର ଓ ସୁବ୍ୟବସ୍ଥିତ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଚେଷ୍ଟିତ । ବର୍ଷ ବର୍ଷ ଧରି ଆର୍ଥିକ ଅନଗ୍ରସର ବ୍ୟକ୍ତିମାନେ ଏହି ସହରରେ ବିଭିନ୍ନ ବସ୍ତିରେ ରହି ଆସୁଛନ୍ତି । ଏହାକୁ ଲକ୍ଷ୍ୟ ରଖି ଆର୍ଥିକ ଅନଗ୍ରସର ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ବାସଗୃହ ଯୋଗାଇଦେବା ଉଦ୍ଦେଶ୍ୟରେ Affordable ହାଉସିଂ ଯୋଜନା ହାତକୁ ନେଇଛନ୍ତି । BDA ତରଫରୁ ୮୧୧୬ଟି ସୁଲଭ ବାସଗୃହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଯୋଗାଇ ଦେବା ପାଇଁ ପ୍ରକଳ୍ପ ହାତକୁ ନିଆଯାଇଛି । ଏଥି ମଧ୍ୟରୁ ୧୩୦ ୧ଟି ବାସଗୃହ ହସ୍ତାନ୍ତର ହୋଇସାରିଛି । ଅନ୍ୟ ଗୃହଗୁଡ଼ିକ ନିର୍ମାଣଧୀନ ଅଛି । ଦ୍ଵିତୀୟ ପର୍ଯ୍ୟାୟରେ ୧୪୪୬୦ଟି ସୁଲଭ ବାସଗୃହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଯୋଗାଇ ଦେବାକୁ ଯୋଜନା ଅତିଶୀଘ୍ର ଆରମ୍ଭ କରାଯିବ । ଏଥି ସହିତ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ସହରରେ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ କରି ସହରାଂଚଳରେ Housing Board ୩୧୭୬୫ଗୋଟି ବିଭିନ୍ନ କିସମର ବାସଗୃହ, ପ୍ଲଟ, ଦୋକାନ ଗୃହ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନିର୍ମାଣ କରି ଯୋଗାଇଛନ୍ତି ।ଏଥି ମଧ୍ୟରେ ରାଜ୍ୟର ଆର୍ଥିକ ଦୁର୍ବଳଶ୍ରେଣୀ (EWS) ଏବଂ ନିମ୍ନ ମଧ୍ୟବି ବର୍ଗ (LIG)ର ଜନସାଧାରଣଙ୍କ ବାସଗୃହ ରହିଦା ପୂରଣ ପାଇଁ ସଂସ୍ଥା ମୋଟ ୧୯୨୧୮ଟି ବାସଗୃହ ନିର୍ମାଣ କରିଛନ୍ତି । ଆଗାମୀ ଦିନରେ ବାସଗୃହ ଚାହିଦା ପୂରଣ କରିବା ପାଇଁ ସଂସ୍ଥା ବ୍ୟାପକ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଛି । ଆଜିର ଏହି ଶୁଭ ଦିନରେ BDA ତରଫରୁ ୭୮ ଜଣ ଏବଂ Housing Board ତରଫରୁ ୪୩ ଜଣ ହିତାଧିକାରୀଙ୍କ ସହ ଏହି ଦଲିଲ ସମ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଆଗାମୀ ଦିନରେ ଖୁବ୍ ଶୀଘ୍ର ସମସ୍ତ ଆବଣ୍ଟନ ଗ୍ରହୀତାଙ୍କୁ ଲିଜ୍ ଦଲିଲଗୁଡ଼ିକ ପର୍ଯ୍ୟାୟକ୍ରମେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details