ଭୁବନେଶ୍ବର: ଦେଶରେ କୋରୋନା ପାଇଁ ଲକଡାଉନ ହୋଇଛି । ଏଥିପାଇଁ ବଜାର ବନ୍ଦ ରହିଥିବା ବେଳେ ମନ୍ଦିର ମସଜିଦ ଖୋଲା ନାହିଁ । କିନ୍ତୁ ସହରରେ ଏପରି ଶହ ଶହ ଲୋକ ଅଛନ୍ତି ଯେଉଁମାନେ ଭୋକ ଉପାସରେ ଜୀବନ କାଟୁଛନ୍ତି । ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ବ୍ୟବସ୍ଥା ହୋଇ ନ ଥିବା ବେଳେ କିଛି ଲୋକ ଏବେବି ଅଛନ୍ତି ଯେଉଁମାନେ ସେମାଙ୍କ କଥା ଚିନ୍ତା କରୁଛନ୍ତି । ଆଜି ସେଭଳି କିଛି ଦୃଶ୍ୟ ରାମ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା ।ସେମାନେ ଏହି ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁ ଥିବାର । ଆଉ ଏହାକୁ ସେହି ନିଃସହାୟ ଲୋକମାନେ ଖାଇ ବେଶ ଆତ୍ମତୃପ୍ତି ଲାଭ କରୁଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଅଞ୍ଚଳର ଯୁବତୀ ସ୍ବହା ନିଜ ଆଇଙ୍କ ଶ୍ରାଦ୍ଧ ପାଇଁ ଘରେ ଭୋଜିର ଆୟୋଜନ ହୋଇଥିଲା । ଆଉ କିଛି ଖାଦ୍ୟ ବଳିବାରୁ ସେ ଏହାକୁ ନ ଫୋପାଡ଼ି ଏହି ଭୋକିଲା ଲୋକମାନଙ୍କ ମୁହଁରେ ଦେଇଥିଲେ ।
ଖାଦ୍ୟ ନଷ୍ଟ ନ କରି ଅସହାୟ ଲୋକଙ୍କୁ ବାଣ୍ଟିଲେ ଯୁବତୀ - distributed food to the needy without wasting food
ଖାଦ୍ୟ ନଷ୍ଟ ନ କରି ଅସହାୟ ଲୋକଙ୍କୁ ବାଣ୍ଟିଲେ ଯୁବତୀ । ଭୋକିଲା ଲୋକଙ୍କ ମୁହଁରେ ଦେଲେ ଦାନା । ଅଧିକ ପଢନ୍ତୁ...
ଖାଦ୍ୟ ନଷ୍ଟ ନ କରି ଅସହାୟ ଲୋକଙ୍କୁ ବାଣ୍ଟିଲେ ଯୁବତୀ
ତେବେ ବିଗତ 10 ଦିନ ଧରି ସେମାନେ ଏଭଳି କରୁଥିବା କହିଛନ୍ତି । ଆଉ ଏହି ବିପତ୍ତି ସମୟରେ ଆଗକୁ ମଧ୍ୟ କରିବେ ସେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ