ଓଡିଶା

odisha

ETV Bharat / city

ବ୍ରାଉନସୁଗାର ବେପାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ - ଘର ଭଙ୍ଗିଲା ପ୍ରଶାସନ

ନିଶା କାରବାରକୁ ରାଜଧାନୀ ହଳଦୀ ପଡିଆରେ ବିଏମସି ଓ କମିଶନରେଟ ପୋଲିସର ଘର ଭଙ୍ଗା ଅଭିଯାନ । ବ୍ରାଉନ ସୁଗାର କାରବାରକୁ ନେଇ 5ଜଣଙ୍କ ଘରକୁ ଭାଙ୍ଗିଛି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 29, 2019, 2:46 PM IST

ଭୁବନେଶ୍ବର: ନିଶା ବେପାରୀଙ୍କ ଘର ଭାଙ୍ଗିଲା ବିଏମସି ଓ କମିଶନରେଟ ପୋଲିସ । ନିଶା କାରବାରକୁ ନେଇ ହଳଦୀପଡିଆ ବସ୍ତିର କିଛି ଘରକୁ ଭାଙ୍ଗିଛି ପ୍ରଶାସନ । ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ହଳଦୀ ପଡିଆରେ ଚାଲିଥିଲା ବ୍ରାଉନସୁଗାର କାରବାର । ଯାହାକୁ ନେଇ ବିଏମସି, ବିଡିଏ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଭଙ୍ଗାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ହଳଦୀପଡିଆ କହିଲେ ବ୍ରାଉନସୁଗାର ବେପାରର ପେଣ୍ଠସ୍ଥଳ । ପୂର୍ବରୁ ସ୍ପେଶାଲ ଡ୍ରାଇଭିଂ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ହଳଦୀପଡିଆ ବସ୍ତିରୁ ଅନେକ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଥିଲା । ସେଥି ମଧ୍ୟରୁ 5ଜଣଙ୍କ ଘର ହଳଦୀପଡିଆର ହୋଇଥିବାରୁ ଘର ଭଙ୍ଗା ଯାଉଛି । ରାଜା ବାରିକ, ସାରିଫ ଖାନ , ସଞ୍ଜୟ ମହାନ୍ତି, ତୁଳସୀ ଦାସ ଓ ଆଇଶ ବିବିଙ୍କ ଘର ଭଙ୍ଗାଯାଇଛି । ସେପଟେ, ପୋଲିସର ସୁରକ୍ଷା ଭିତରେ ଘରଗୁଡିକ ଭଙ୍ଗାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details