ଭୁବନେଶ୍ବର:+2 ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ମାଧ୍ୟମରେ ପୁର୍ନବାର ପରୀକ୍ଷା ଦେଇପାରିବେ । ଏନେଇ ଖୁବ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ଆବେଦନ କରିପାରିବେ ଆଗ୍ରହୀ ଛାତ୍ରଛାତ୍ରୀ । ଏହି ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ୫ ଦିନ ସମୟ ମିଳିବ । ଆଜି ବସିଥିବା +2 ପରୀକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
ତେବେ ଏଥିପାଇଁ ବୋର୍ଡ ପକ୍ଷରୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେବାକୁ ଥିବା ଅଫଲାଇନ ପରୀକ୍ଷାରେ ସମସ୍ତ ବିଷୟ ପରିବର୍ତ୍ତେ ନିର୍ଦ୍ଦିଷ୍ଟ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରୀକ୍ଷା କରାଯିବ । ଆସନ୍ତାକାଲି ବିଦ୍ୟାଳୟଗୁଡିକ ଲିଙ୍କ ପଠାଇବେ ବୋର୍ଡ କର୍ତ୍ତୃପକ୍ଷ । ଏହି ଲିଙ୍କ ମାଧ୍ୟମରେ ଆଗ୍ରହୀ ଛାତ୍ରାଛାତ୍ରୀ ପରୀକ୍ଷା ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ । ତେବେ ଏହି ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇ ଥିବାବେଳେ ଏହି ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଚାଲିବ ।