ଭୁବନେଶ୍ବର: ରାଜ୍ୟରେ କୁଳପତି ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ । ଭିସିଙ୍କ ଚୟନକୁ ନେଇ ଦେଖାଦେଇଛି ଅସନ୍ତୋଷ । କୁଳପତିଙ୍କ ଚୟନ କ୍ଷେତ୍ରରେ ହେଉଛି ରାଜନୈତିକ ହସ୍ତକ୍ଷେପ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଏନେଇ ଭିନ୍ନ ମତ ଦେଇଛନ୍ତି କୁଳପତି ଓ ଶିକ୍ଷାବିତ। ରାଜ୍ୟରେ 6 ଟି ବିଶ୍ବବିଦ୍ୟାଳୟ ରହିଥିବାବେଳେ କୁଳପତିଙ୍କ ଚୟନ ପ୍ରକ୍ରିୟାକୁ ଠିକ ଭାବରେ ଅନୁସରଣ କରାଯାଉନଥିବା ଅଭିଯୋଗ ହୋଇଛି ।
ବର୍ତ୍ତମାନ ଯେଉଁଭଳି ଭାବେ କୁଳପତିଙ୍କ ନିଯୁକ୍ତି କରାଯାଉଛି, ତାହା ପୂର୍ବରୁ କେବେ ବି ହୋଇନାହିଁ। କୁଳପତି ଚୟନ ପାଇଁ ସର୍ଚ୍ଚ କମିଟି ଯେଉଁମାନଙ୍କ ନାମ ସୁପାରିସ କରିଥାନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବେ କୁଳାଧିପତି ଭେଟି ସାକ୍ଷାତକାର ନେବା ପରେ କୁଳପତି ଚୟନ କରାଯାଇଥାଏ ।