ଓଡିଶା

odisha

ETV Bharat / city

କଂଗ୍ରେସରେ ଗୋଷ୍ଠୀ କନ୍ଦଳ, 10ରେ ଦିଲ୍ଲୀ ଯିବେ ନିରଞ୍ଜନ ବିରୋଧୀ - Dispute in congress

ଆସନ୍ତା 10ରେ ଦିଲ୍ଲୀ ଯିବେ କଂଗ୍ରେସର କିଛି ନେତା । ଗସ୍ତ ସମୟରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 4, 2019, 9:00 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମ ସୀମାରେ ପହଞ୍ଚିଛି । ଏନେଇ ଆସନ୍ତା 10ରେ କଂଗ୍ରେସର କିଛି ନେତା ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଗସ୍ତ ସମୟରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ସୋନିଆ ଗାନ୍ଧୀଙ୍କୁ ଭେଟି ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି କରିବେ । ହେଲେ ଏହି ମେଳିକୁ ବିରୋଧ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି । ସେ କହିଛନ୍ତି ଯେ, ଏପରି ହେବା ଠିକ୍ ନୁହେଁ ।

ଲଗାତାର ପରାଜୟ ପରେ ଦଳ ଧରାଶାୟୀ ହୋଇଛି । ଲୋକେ କଂଗ୍ରେସ ଉପରୁ ମୁହଁ ଫେରାଉଛନ୍ତି । ଏଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀ ଯିବା ଠିକ୍ ନୁହେଁ ବୋଲି ତାରା ବାହିନୀପତି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details