ଓଡିଶା

odisha

ETV Bharat / city

କୋରୋନା କାଳେ ଆହାର କେନ୍ଦ୍ର କର୍ମଚାରୀଙ୍କୁ ଛଟେଇ - କୋରୋନା କାଳେ ଛଟେଇ

ରାଜଧାନୀର ଆହାର କେନ୍ଦ୍ର ଗୁଡିକରେ ଉତ୍ତେଜନା ଦେଖାଯାଇଛି। ଅଚାନକ କର୍ମଚାରୀଙ୍କୁ ଛଟେଇକୁ ନେଇ ଦୀର୍ଘ ସମୟ ଧରି ଆହାର କେନ୍ଦ୍ର ବନ୍ଦ ରହିଥିଲା। ଅଧିକ ଖବର ପଢନ୍ତୁ...

କୋରୋନା କାଳେ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ଛଟେଇ
କୋରୋନା କାଳେ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ଛଟେଇ

By

Published : Aug 17, 2020, 8:56 PM IST

ଭୁବନେଶ୍ବର: ରାଜଧାନୀର ଆହାର କେନ୍ଦ୍ର ଗୁଡିକରେ ଉତ୍ତେଜନା ଦେଖାଯାଇଛି। ଅଚାନକ କର୍ମଚାରୀଙ୍କୁ ଛଟେଇକୁ ନେଇ ଦୀର୍ଘ ସମୟ ଧରି ଆହାର କେନ୍ଦ୍ର ବନ୍ଦ ରହିଥିଲା। ରାଜଧାନୀରେ ମୋଟ 12ଟି ଆହାର କେନ୍ଦ୍ର ରହିଥିବା ବେଳେ ବର୍ତ୍ତମାନ କୋଭିଡ ସମୟରେ ଭୁବନେଶ୍ବରରେ କେବଳ ମେଡିକାଲ ଅଞ୍ଚଳରେ ରହିଥିବା ଆହାର କେନ୍ଦ୍ର ଗୁଡିକ ଖୋଲା ଯାଇଛି।

କୋରୋନା କାଳେ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ଛଟେଇ

ତେବେ ମୋଟ ଆକାରରେ 60 ରୁ ଅଧିକ କର୍ମଚାରୀ କାମ କରିଥାନ୍ତି । ତେବେ ଅଭିଯୋଗ ମୁତାବକ ଭୁବନେଶ୍ବରରେ ରହିଥିବା ସମସ୍ତ ଆହାର କେନ୍ଦ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଅଚାନକ ଭାବରେ ଛଟେଇ କରିଛନ୍ତି । ଯାହା ଫଳରେ ସେମାନେ କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ଥିବା ଆହାର କେନ୍ଦ୍ର ଆଗରେ ଧାରଣା ଦେଇଥିଲେ ।

ଏହା ସହ ସମସ୍ତ ଆହାର କେନ୍ଦ୍ରରେ ମହିଳା ମାନେ କାମ କରିବେ ବୋଲି କୁହାଯାଉଥିବା ବେଳେ ଛଟେଇ ହୋଇଥିବା କର୍ମଚାରୀମାନେ ଏହାକୁ ବିରୋଧ କରୁଛନ୍ତି । ଏହି କୋଭିଡ ସମୟରେ ଅଚାନକ ଛଟେଇ କରାଯିବା ଏକ ପ୍ରକାରର ଦୁଃଖ ଦାୟକ । ଆହାର କେନ୍ଦ୍ର ଗୁଡିକର ସୁପରଭାଇଜର ଯଶୱନ୍ତ ତରାଇ ସୂଚନା ଦେଇଛନ୍ତି କି କିଛିଦିନ ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ଆଗକୁ ଛଟେଇ କରାଯିବା କଥା କୁହାଯାଇଥିଲା।

ଯେହେତୁ ସରକାର ସମସ୍ତ ଆହାର କେନ୍ଦ୍ର ଗୁଡିକରେ ସ୍ବୟଂସହାୟକ ଗୋଷ୍ଠି ମହିଳା ମାନେ ନିଯୁକ୍ତି କରାଯିବ ବୋଲି କହିଛନ୍ତି । ଏପଟେ ମହାନଗର ନିଗମର କର୍ମଚାରୀ ଆହାର କେନ୍ଦ୍ର ନିକଟକୁ ଆସି ବୁଝାସୁଝା କରିଲା ପରେ ପୁନର୍ବାର ଆହାରକେନ୍ଦ୍ର ଖୋଲାଯାଇଥିଲା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details