ଓଡିଶା

odisha

ETV Bharat / city

Odisha Assembly Winter Session: ପୋଷ୍ଟର ପଲିଟିକ୍ସରେ କମ୍ପିଲା ବିଧାନସଭା, ଆଜିବି ଅଚଳ ଗୃହ

ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ । ଦିନ ସାଢେ ଏଗାର ପର୍ଯ୍ୟନ୍ତ ଗୃହ ମୁଲତବୀ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା(Odisha Assembly House Adjourned) । ପୋଷ୍ଟର ଦେଖାଇ ଦୋଷ ଲଦା-ଲଦି ହେଲେ ଶାସକ-ବିରୋଧୀ । ଅଧିକ ପଢନ୍ତୁ

Odisha Assembly Winter Session: ବିଧାନସଭାରେ ପୋଷ୍ଟର ପଲିଟିକ୍ସ ପାଇଁ କମ୍ପିଲା ଗୃହ
Odisha Assembly Winter Session: ବିଧାନସଭାରେ ପୋଷ୍ଟର ପଲିଟିକ୍ସ ପାଇଁ କମ୍ପିଲା ଗୃହ

By

Published : Dec 8, 2021, 10:54 AM IST

Updated : Dec 8, 2021, 12:43 PM IST

ଭୁବନେଶ୍ବର: ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ । ଦିନ ସାଢେ ଏଗାର ପର୍ଯ୍ୟନ୍ତ ଗୃହ ମୁଲତବୀ(Odisha Assembly House Adjourned) ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର(Odisha speaker surya narayana patra) । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Odisha Assembly Winter Session: ବିଧାନସଭାରେ ପୋଷ୍ଟର ପଲିଟିକ୍ସ ପାଇଁ କମ୍ପିଲା ଗୃହ

ଗୃହ ଆରମ୍ଭରୁ ଫଟୋ ରାଜନୀତି । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ଘଣ୍ଟା ପିଟିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ମିଶି ଘଣ୍ଟା ବାଡେଇଛନ୍ତି । ନବୀନ ନିବାସରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ସଦସ୍ୟ ପ୍ରତିବାଦ କରି ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲଙ୍କ ଫଟୋ ଦେଖାଇଛନ୍ତି ବିଜେଡି ବିଧାୟକ ।

ତେବେ ବିଧାନସଭା ଶୀତ ଅଧିବେଶନ 7 ଦିନ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଚାଲିପାରୁନି ଗୃହ । ବିରୋଧୀ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ଶାସକକୁ ଘେରିବା ସହ ବିଜେଡି ବିଧାୟକ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତା ପାଇଁ ଅଡିବସିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Odisha Assembly Winter Session: ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ

ସେପଟରେ ବିଜେଡି ବିଧାୟକ କେନ୍ଦ୍ର ଅବହେଳା ଦର୍ଶାଇ 6 ଦିନ ଧରି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଥିବାବେଳେ ଆଜି ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଖସାଇଦେବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୋବିନ୍ଦ ସାହୁ ଓକିଲଙ୍କ ଫଟୋ ଦେଖାଇ ଗୃହରେ ପ୍ରବଳ ହୋ-ହଲ୍ଲା କରିଛନ୍ତି ବିଜେଡି ବିଧାୟକ ।

ଫଳରେ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 8, 2021, 12:43 PM IST

ABOUT THE AUTHOR

...view details