ଭୁବନେଶ୍ବର: ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋଟିଆ ସମେତ ସୀମାବର୍ତ୍ତି ଅଞ୍ଚଳରେ ମୌଳିକ ସୁବିଧା ସରକାର ପହଞ୍ଚାଇବାରେ ବିଫଳ । ପିଇବା ପାଣି, ଘର, ସ୍କୁଲ, ଡାକ୍ତରଖାନାର ଘୋର ଅଭାବ ରହିଛି ,ବିଦ୍ୟୁତ ସେବା ନାହିଁ, ଷ୍ଟାଟସ କୋ ମେଣ୍ଟେନ କରିପାରୁନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା। ସେପଟେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । ସେଥିପାଇଁ ଲୋକ ଆନ୍ଧ୍ରକୁ ଢଳୁଛନ୍ତି ।
ଏହାକୁ ନେଇ ଗୃହରେ ଉତ୍ତର ରଖି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଓଡ଼ିଶାର 14 ଟି ଜିଲ୍ଲାର ସୀମାକୁ ପଡ଼ୋଶୀ ଜିଲ୍ଲାର ସୀମା ଲାଗି ରହିଛି। ବର୍ତ୍ତମାନ କୋରାପୁଟ ସହ ଅନ୍ୟ 6 ଟି ଜିଲ୍ଲାରେ ସୀମାବିବାଦ ଲାଗିରହିଛି। ଏହି ସବୁ ଜିଲ୍ଲା ହେଲା ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ନୂଆପଡା । କୋଟିଆର 21 ଟି ପଞ୍ଚାୟତ ରାଜ୍ୟ ସରକାରଙ୍କ ଅଧୀନରେ ଅଛି। ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନ କରି ପଞ୍ଚାୟତ ପ୍ରେସିଡେଣ୍ଟ ଚୟନ କରୁଥିଲା କିନ୍ତୁ ଏବେ ଆନ୍ଧ୍ର ନିର୍ବାଚନ କରାଇଛି ।