ଭୁବନେଶ୍ବର: ରାଜ୍ୟରେ ସାର୍ବଜନୀନ ସ୍ଥାନମାନଙ୍କରେ ଭିନ୍ନକ୍ଷମ ବ୍ୟବହାର ଉପଯୋଗୀ ପାଇଖାନା ନାହିଁ । ସରକାର ମଳମୁକ୍ତ ପଞ୍ଚାୟତ ରାଜ୍ୟ ଗଠନ ପାଇଁ ପ୍ରୟାସ କରୁଛନ୍ତି । ଯାହାକି ଅତ୍ୟନ୍ତ ପରିତାପର ବିଷୟ । ସରକାର ପ୍ରଥମେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।
ସାର୍ବଜନୀନ ସ୍ଥାନରେ ଭିନ୍ନକ୍ଷମ ଉପଯୋଗୀ ପାଇଖାନା ନିର୍ମାଣ ଦାବି - ବିଶ୍ବ ପାଇଖାନା ଦିବସ
ବିଶ୍ବ ପାଇଖାନା ଦିବସ ଅବସରରେ ସାର୍ବଜନୀନ ସ୍ଥାନରେ ଭିନ୍ନକ୍ଷମ ଉପଯୋଗୀ ପାଇଖାନା ନିର୍ମାଣ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ । ଡିସେମ୍ବର 10 ତାରିଖ ପୂର୍ବରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ମଞ୍ଚ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।
ବିଶ୍ବ ପାଇଖାନା ଦିବସ ଅବସରରେ ଆଜି ସ୍ଥାନୀୟ ଶାନ୍ତା ମେମୋରିଆଲ ରିହାବିଲିଟେସନ ସେଣ୍ଟର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ କୁହାଯାଇଛି । ଭିନ୍ନକ୍ଷମ ମାନଙ୍କ ବ୍ୟବହାର କଲା ଭଳି ପାଇଖାନା ତିଆରି ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଲୋକଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ସରକାରଙ୍କ ଯୋଜନାରେ ଭିନ୍ନକ୍ଷମ ମାନଙ୍କୁ ଏକକ ପରିବାର ହିସାବରେ ଗ୍ରହଣ କରବା ସହିତ ଏବେ ଦିଆ ଯାଉଥିବା ପାଇଖାନା ନିର୍ମାଣ ରାଶିକୁ ବୃଦ୍ଧି କରିବାକୁ ଦାବି କରାଯାଇଛି ।
ଏହା ସହ ପାର୍କ, ବସଷ୍ଟାଣ୍ଡ, ସପିଙ୍ଗ ମଲ ଓ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ମହିଳା, ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟବହାର କରାଯିବା ଭଳି ଶୌଚାଳୟ ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ମଞ୍ଚର ସମ୍ପାଦକ ଅକ୍ଷୟ ସାହୁ ଦାବି କରିଛନ୍ତି । ଆଗାମୀ ଡିସେମ୍ବର 10 ତାରିଖ ପୂର୍ବରୁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ମଞ୍ଚ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ