ଓଡିଶା

odisha

ETV Bharat / city

ସ୍କୁଲରେ ଛାତ୍ର ବନ୍ଦୀ ମାମଲା, ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ - ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଘାଟିକିଆ ଏପିଜେ ସ୍କୁଲରେ ଛାତ୍ରଛାତ୍ରୀ ବନ୍ଦୀ ମାମଲା । ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ରିପୋର୍ଟ ଦେଉନଥିବାରୁ ଚିଠି ଲେଖିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ସ୍କୁଲରେ ଛାତ୍ର ବନ୍ଦୀ ମାମଲା, ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ
ସ୍କୁଲରେ ଛାତ୍ର ବନ୍ଦୀ ମାମଲା, ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

By

Published : Sep 29, 2022, 8:28 AM IST

ଭୁବନେଶ୍ବର: ସ୍କୁଲ ଫି' ନେଇ ଭୁବନେଶ୍ବର ଘାଟିକିଆ ଏପିଜେ ସ୍କୁଲରେ ଛାତ୍ରଛାତ୍ରୀ ବନ୍ଦୀ ପ୍ରସଙ୍ଗ(Students Locked Up Over Fee Payment) । ଏ ଯାଏଁ ତଦନ୍ତ ରିପୋର୍ଟ ଦେଉନାହାନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ । ଏନେଇ ଡିଇଓଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ(Directorate of Secondary Education) । ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏପିଜେ ସ୍କୁଲର ସିସିଟିଭିର ଦୃଶ୍ୟ, ପେନଡ୍ରାଇଭ୍ ଏବଂ ଫୁଟେଜ୍ ଯାଞ୍ଚ କରିବା ସହ ପରବର୍ତ୍ତୀ ପାଠ୍ୟକ୍ରମ ଗ୍ରହଣ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି ।

ସ୍କୁଲରେ ଛାତ୍ର ବନ୍ଦୀ ମାମଲା, ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

ସୂଚନା ଅନୁଯାୟୀ, ସ୍କୁଲ ଫି ପ୍ରଦାନ ନ କରିବା କାରଣରୁ ଭୁବନେଶ୍ବର ସ୍ଥିତ ଘାଟିକିଆ ଅଞ୍ଚଳରେ ଥିବା ଏପିଜେ ଇଂରାଜୀ ମିଡିୟମ ବିଦ୍ୟାଳୟର କର୍ତ୍ତୃପକ୍ଷ ୩୦ ଜଣ ପିଲାଙ୍କୁ କ୍ଲାସରୁମରେ ବନ୍ଦ କରିଥିଲେ । ପ୍ରାୟ 5 ଘଣ୍ଟା ଧରି ପିଲାଙ୍କୁ ବନ୍ଦୀ ଭାବେ ରଖାଯାଇଥିଲା(Students Locked Up In Classroom) । ଘରୋଇ ସ୍କୁଲର ଏପରି କାର୍ଯ୍ୟକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ସେମାନେ ଏହାକୁ ନିନ୍ଦା କରି ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାସହିତ ଅଭିଭାବକମାନେ ଥାନାରେ ଏତଲା ଦେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଏହାମଧ୍ୟ ପଢନ୍ତୁ:ସ୍କୁଲ ଫି ପାଇଁ ପିଲା ଅଟକ ଘଟଣା, ରିପୋର୍ଟ ମାଗିଲା NHRC

ଏପରିକି ପିଲାଙ୍କ ପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କ ଏହି ଆଚରଣ ଶିଶୁ ସୁରକ୍ଷା ଅଧିକାର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସର୍ବଭାରତୀୟ ଅଭିଭାବକ ସଂଘ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିକଟରେ ପହଞ୍ଚିଥିଲେ । ଅଭିଭାବକ ସଙ୍ଘ ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ସୂରୁପ ସ୍କୁଲର ଅନୁବନ୍ଧନକୁ ବରଖାସ୍ତ କରିବାକୁ ସେମାନେ ଦାବି କରିଥିଲେ । ହେଲେ ଏହି ମାମଲାକୁ ଦୀର୍ଘ ଦିନ ବିତିଥିଲେ ସୁଦ୍ଧା ଏ ଯାଏଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ରିପୋର୍ଟ ଦେଉନଥିବାରୁ ଶେଷରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଚିଠି ପଠାଯାଇଛି ।

ABOUT THE AUTHOR

...view details