ଭୁବନେଶ୍ବର: ଟିକା ନେଇ ଆଇସିଏମଆର ପରୀକ୍ଷା ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା। ଟିକା ନେବା ଦ୍ବାରା ସୁରକ୍ଷା ମିଳୁଛି ଓ ସିଭିୟରିଟି ହେଉନି। ଏହାଦ୍ବାରା ଆମ ଶରୀରରେ ଆଣ୍ଟିବଡି ମଧ୍ୟ ସୃଷ୍ଟି ହେଉଛି।
ତଥାପି ଏହାର ଅଧିକ ଅନୁଧ୍ୟାନ ରାଜ୍ୟ ସରକାର ବୈଷୟିକ କମିଟି କରୁଛି। ଭ୍ୟାକ୍ସିନ ନେଇ ପଜିଟିଭ ହୋଇଥିବା 274 ଜଣଙ୍କ ପରୀକ୍ଷା କରିଥିଲା ଆଇସିଏମଆର। ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ସଂକ୍ରମଣ ବଢିଥିବା କିଛି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରାଯିବ ସହ ସ୍ବତନ୍ତ୍ର ନଜର ରଖାଯିବ।