ଓଡିଶା

odisha

By

Published : May 21, 2021, 2:24 PM IST

ETV Bharat / city

ଚିନ୍ତା ବଢାଇଲାଣି ବ୍ଲାକ-ହ୍ବାଇଟ୍ ଫଙ୍ଗସ୍; ଆତଙ୍କିତ ହୁଅନି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ପ୍ରଥମେ କୋରୋନା ତା ପରେ ବ୍ଲାକ ଫଙ୍ଗସ ଏବେ ପୁଣି ଧଳା ଫଙ୍ଗସ ଯାହା ସରକାର ଓ ସାଧାରଣ ଲୋକଙ୍କ ଚିନ୍ତା ବଢାଇବାରେ ଲାଗିଛି । ଅଧିକ ପଢନ୍ତୁ...

ଚିନ୍ତା ବଢାଇଲାଣି କଳା ଧଳା କବକ
ଚିନ୍ତା ବଢାଇଲାଣି କଳା ଧଳା କବକ

ଭୁବନେଶ୍ବର: ରାଜ୍ୟରେ ପ୍ରଥମେ କୋରୋନା ତା ପରେ ବ୍ଲାକ ଫଙ୍ଗସ ଏବେ ପୁଣି ଧଳା ପଙ୍ଗସ ରୋଗୀ ଚିହ୍ନଟ ହେବା ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ମାତ୍ର ଏ ନେଇ ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆତଙ୍କିତ ନ ହେବାକୁ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଆଇସିୟୁରେ ରୋଗୀ ବଢ଼ୁଥିବାରୁ ଫଙ୍ଗସ ଚିହ୍ନଟ ହେଉଥିବା ବିଶେଷଜ୍ଞ କହିଛନ୍ତି । ଏନେଇ ଭୟଭୀତ ହୁଅ ନାହିଁ, କୋରୋନା ଠାରୁ ସତର୍କ ରୁହ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ବ୍ଲାକ ଫଙ୍ଗସ ପରେ ଏବେ ଧଳା ଫଙ୍ଗସ ସଂକ୍ରମଣ ହେବାର ନଜରକୁ ଆସିଛି । ରାଜ୍ୟରେ ଏବେ ସୁଦ୍ଧା 10 ଜଣଙ୍କ ଦେହରେ ବ୍ଲାକ ଫଙ୍ଗସ ଥିବାର ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବ୍ଲାକ ଫଙ୍ଗସ ଥିଲା ତାସହ ଧଳା ଫଙ୍ଗସ ମଧ୍ୟ ରହିଥିଲା। ତେଣୁ ଲୋକମାନଙ୍କୁ ଅନୁରୋଧ ଭୟଭୀତ ନହୁଅନ୍ତୁ। ମେଲେରିଆ, ଟିଭି ଭଳି ବ୍ଲାକ ଫଙ୍ଗସକୁ କେବଳ ନୋଟିଫାଏଡ ଡିଜିଜ ବୋଲି ଘୋଷଣା କରାଯାଇଛି। ସମସ୍ତ ନୋଟିଫାଏ ଡିଜିଜ ମହାମାରୀ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବ୍ଲାକ ଫଙ୍ଗସର ଲକ୍ଷଣ ହେଲା ମୁଣ୍ଡ ବିନ୍ଧା, ଆଖି ଫୁଲିଯିବା, ନାକ ଜାମ ହେବା ସହ କଳା ପାଣି ବାହାରିବା । ଏହି ବ୍ଲାକ ଫଙ୍ଗସ ବହୁତ କମ ଦେଖାଦେବ। ଏହା ଉପରେ କୌଣସି ଗୁରୁତ୍ୱ ଦିଅନ୍ତୁ ନାହିଁ। କେବଳ କୋରୋନା ଉପରେ ଫୋକସ କରନ୍ତୁ। ଯେହେତୁ ବର୍ତ୍ତମାନ ସମୟରେ ଆଇସିୟୁରେ ଅଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଦେଖାଯାଉଛି ଯେଉଁଥି ପାଇଁ ଫଙ୍ଗସର ସଂଖ୍ୟା ଦେଖାଯାଉଛି । ଅଧିକ ଗୁରୁତର ଭାବରେ ଆଇସିୟୁରେ 20 ରୁ 30 ଦିନ ପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ସେମାନେ ଷ୍ଟ୍ରେରଡ ମଧ୍ୟ ନେଉଛନ୍ତି ସେମାନଙ୍କ ପାଖରେ ଏହି ଦୁଇ ଫଙ୍ଗସ ଦେଖାଯାଉଛି ।

ବିଶେଷ ଭାବରେ ବିହାର ପରି ଅନ୍ୟ କିଛି ରାଜ୍ୟରେ ଏହି ଫଙ୍ଗସ ଦେଖାଯାଇଛି। ସେହିପରି ଭାବରେ ରାଜ୍ୟରେ ଥିବା ଏକ ଘରୋଇ ହସ୍ପିଟାଲରେ ବ୍ଲାକ ଫଙ୍ଗସ ଦ୍ୱାରା ଜଣଙ୍କର ମୃତ୍ୟୁ ଘଟିଥିବା ବେକେ ଅନ୍ୟ ଏକ ସରକାରୀ ହସ୍ପିଟାଲରେ କଳା କବକ କବରେ ଦୃଷ୍ଟି ଶକ୍ତି ହରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details