ଓଡିଶା

odisha

ବାତ୍ୟା ପ୍ରସ୍ତୁତି; ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

By

Published : May 24, 2021, 12:02 PM IST

ବାତ୍ୟା ୟାସ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:ମାଡି ଆସୁଛି ବାତ୍ୟା ୟାସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଛି । ବାତ୍ୟା ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ରାଜ୍ୟ ସରକାରଙ୍କର କୋଭିଡ ଓ ବାତ୍ୟା ଗାଇଡ଼ଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବ । ସ୍ୱାସ୍ଥ୍ୟ ବିଭଗ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର, ଜରୁରୀକାଳୀନ ସେବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ଯୋଗାଣ କାର୍ଯ୍ୟ ଜାରି ରହିବ । ମାତ୍ର ଏଥିରେ କୋଭିଡ ପରିସ୍ଥିତି ଯୋଗୁଁ ଆମ ଆଗରେ ଅଧିକ ଚାଲେଞ୍ଜ ରହିଛି । କୋଭିଡକୁ ଦୃଷ୍ଟିରେ ରଖି ଆମେ ସମସ୍ତେ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଲଜିଷ୍ଟିକ ମହଜୁଦ ରଖିଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଡୋର ଟୁ ଡୋର ସର୍ଭିସ। ଏଥିରେ ଆଶାକର୍ମୀ ଓ ଏଏନଏମ କର୍ମୀମାନେ ଘର ଘର ବୁଲି ସର୍ଭେ କରିବେ । ଗାଇଡ଼ଲାଇନ ଅନୁଯାୟ ସେମାନେ ଆଇଏଲଆଇ ସର୍ଭେକୁ ପ୍ରାଧାନ୍ୟ ଦିଆଯିବ । ପ୍ରଥମ ଲକ୍ଷ ରହିବ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା । ଏହାପରେ ଟେଷ୍ଟି , ଟ୍ରେସିଂ, ଓ ଟ୍ରିଟମେଣ୍ଟ କାର୍ଯ୍ୟ ଆରମ୍ଭ ହେବ । ଏହାପରେ ଲକ୍ଷ ରହିବ ଯେ ଯଦି ଲକାୟତ ମାମଲା ରହୁଛି ତାକୁ ଖୋଜି ବାହାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details