ଓଡିଶା

odisha

By

Published : Jun 24, 2022, 3:43 PM IST

ETV Bharat / city

ଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିରେ ଅନେକ ଭକ୍ତ ସାମିଲ ହେବାକୁ ଥିବାରୁ ଥଣ୍ଡା ଜ୍ବର ଥିଲେ ପୁରୀ ନ ଯିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶକଙ୍କ ପରାମର୍ଶ
ଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ଆଉ କେଇଟା ଦିନ ମଧ୍ୟରେ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟରେ କୋରୋନା ସଂକ୍ରମଣ ବଢୁଛି । ଦୈନିକ ସଂକ୍ରମଣ ୧୦୦ ମୁହାଁ ହୋଇଥିବା ବେଳେ ଥଣ୍ଡା ଜ୍ବର ଥିଲେ ପୁରୀ ରଥଯାତ୍ରାକୁ ନ ଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

ଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ରାଜ୍ୟରେ କୋରୋନା ସଂକ୍ରମଣ କିଛି ଦିନହେଲା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ଆଗକୁ ରଥଯାତ୍ରା ଆସୁଛି । ତେଣୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ଶହେ ମୁହାଁ ହେବାକୁ ଯାଉଛି । ରାଜ୍ୟର ସଂକ୍ରମଣର ସ୍ଥିତି ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ୍ୟ ହୋଇପଡିଛି । ଏନେଇ ରାଜ୍ୟ ସରକାର କଣ ଗାଇଡଲାଇନ ଆଣୁଛନ୍ତି ତାହା ଏବେ ସମସ୍ତଙ୍କର ନଜର।

ଏହା ବି ପଢନ୍ତୁ- Odisha Corona: ଦିନକରେ ୬୧ ନୂଆ ସଂକ୍ରମିତ

"ଯଦି କାହାର ଥଣ୍ଡା ଜ୍ବର ଭଳି ଲକ୍ଷଣ ଦେଖାଯାଉଛି ସେମାନେ ପୁରୀ ରଥଯାତ୍ରାକୁ ଯାଆନ୍ତୁ ନାହିଁ। ଯେଉଁ ମାନେ ଯାଉଛନ୍ତି ସେମାନେ ମାସ୍କ ସହିତ ସାନିଟାଇଜର ବ୍ୟବହାର କରନ୍ତୁ । ଯେଉଁମାନଙ୍କର ଥଣ୍ଡା ଜ୍ବର ହେଉଛି ସେମାନେ ସଙ୍ଗେ ସଙ୍ଗେ ଟେଷ୍ଟ କରନ୍ତୁ । ରାଜ୍ୟରେ ଟେଷ୍ଟିଂ ପାଇଁ ମଧ୍ୟ ମାନବସମ୍ବଳ ବଢ଼ାଇ ଦିଆଯାଇଛି" ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଆଗକୁ ରଥଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଲୋକ ସେଠାରେ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟୀକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁ ମାନେ ଦ୍ବିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଟିକା ନେଇପାରିବେ ବୋଲି କିଛିଦିନ ପୂର୍ବରୁ ସ୍ବାସ୍ଥ୍ୟବିଭାଗ ପୁରୀ ପ୍ରଶାସନକୁ ଅବଗତ କରାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details