ଭୁବନେଶ୍ବର: ଜଣାଶୁଣା ବଲିଉଡ ଫିଲ୍ମ ନିର୍ମାତା, ନିର୍ଦ୍ଦେଶିକା ଓଡିଆ ଝିଅ ନନ୍ଦିତା ଦାସ ନିଜର ଆଗାମୀ ଚଳଚ୍ଚିତ୍ରକୁ ନେଇ ମତ ରଖିଲେ । ଆଗକୁ ନନ୍ଦିତାଙ୍କ ଓଡିଆ ଭାଷାରେ ଚଳଚ୍ଚିତ୍ର ଆସୁଛି । ଚଳିତ ବର୍ଷ ଶେଷସୁଦ୍ଧା ଦର୍ଶକେ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ପାଇବେ ବୋଲି ନନ୍ଦିତା କହିଛନ୍ତି ।
ଆଗାମୀ ହିନ୍ଦି ଚଳଚ୍ଚିତ୍ର ନେଇ ପ୍ରତିକ୍ରିୟା ରଖିଲେ ନନ୍ଦିତା ଦାସ - ନନ୍ଦିତା ଦାସଙ୍କ ନୂଆ ସିନେମା
ଆଗକୁ ଆସୁଛି ବଲିଉଡ ଫିଲ୍ମ ନିର୍ମାତା, ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଓଡିଆ ଭାଷା ଓ ସଂସ୍କୃତି ଉପରେ ଆଧାରିତ ନୂଆ ଚଳଚ୍ଚିତ୍ର । ଓଡିଆ ଭାଷା ଓ ସଂସ୍କୃତିକୁ କୋଣ ଅନୁକୋଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା କହିଲେ । ଅଧିକ ପଢନ୍ତୁ
ସେ କହିଛନ୍ତି ଯେ, 'ଜଣେ ଓଡିଆ ଭାବେ ମୋ ଓଡିଶାକୁ ନେଇ ସବୁବେଳେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଶା ରଖିଥିଲି । ଓଡିଶାର ମାଟି, ପାଣି, ପବନ ଏବଂ ମୋ ଭାଷାର ମିଠାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଏକ ସିନେମା ନିର୍ମାଣ ଚାଲିଛି । ଜଣେ ଡେଲିଭରି ବୟର ସଙ୍ଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ଗତିଶୀଳ ହେଉଛି । ଯେଉଁଥିରେ କପିଲ ଡେଲିଭରି ବୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ କରାଯାଉ ଥିବାବେଳେ ଏଥିରେ ଓଡ଼ିଆ ଡାଏଲଗ ସହ ଓଡ଼ିଆ ସଂସ୍କୃତିର ଝଲକ ଦେଖାଯାଇଛି ।'
ମନ୍ଦିରମାଳିନୀ ଭୁବନେଶ୍ୱରରେ ଅନେକ କୀର୍ତ୍ତିରାଜୀ ସହ ବିଭିନ ସ୍ଥାନରେ ଏହାର ସୁଟିଂ ହୋଇଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡିଆ ଭାଷାକୁ ପୁରା ଭାରତବର୍ଷର ଲୋକେ ଶୁଣିବେ ଆଉ ଦେଖିବେ ମଧ୍ୟ । ଦର୍ଶକଙ୍କ ରୁଚିକୁ ନେଇ ସିନେମାଟି ପ୍ରସ୍ତୁତ ହୋଇ ଥିବାବେଳେ ବର୍ଷର ଶେଷ ସୁଦ୍ଧା ଏହା ପରଦାକୁ ଆସିବ ବୋଲି କହିଛନ୍ତି ନନ୍ଦିତା ।