ଓଡିଶା

odisha

ETV Bharat / city

ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ - କୋରୋନା ଭାଇରସ ଖବର

ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

diploma first semester winter20 exam postponed due to covid19
ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ

By

Published : Apr 16, 2021, 8:34 AM IST

ଭୁବନେଶ୍ବର: ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ପାଇଁ ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ୱିଣ୍ଟର-20 ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ

ରାଜ୍ୟରେ କୋରୋନାର ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଛି। ତେବେ ଡିପ୍ଲୋମା ପ୍ରଥମ ସେମିଷ୍ଟାରର ୱିଣ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି । ଏପ୍ରିଲ 16 ତାରିଖରେ ପରୀକ୍ଷା ହେବାକୁ ଥିବା ବେଳେ ଏହି ପରୀକ୍ଷା କେବେ କରାଯିବ ଏନେଇ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଇଥିବା ପ୍ରି-ପ୍ରିଣ୍ଟେଡ୍ ଉତ୍ତର ଖାତା ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ଲାଗି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details