ଭୁବନେଶ୍ବର: ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା । ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ ।
ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ସିବିଟି ମାଧ୍ୟମରେ 10 ହଜାର ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଯେଉଁମାନେ 10000 ଗାଁରେ ପାଠ ପଢାଇବେ । ଏଥିରେ ଜଣେ ଲେଖାଏଁ ଛାତ୍ର 10 ଜଣ ପିଲାଙ୍କୁ ପାଠ ପଢାଇବେ । ଏହି ସମସ୍ତ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀଙ୍କୁ ସେହି ଅଞ୍ଚଳରେ ଥିବା ଟିଚର୍ ଏଜୁକେଟର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ବାକି ପିଲାଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି । ଏହା ବ୍ୟତୀତ ମଧୂ ଆପ୍, ୟୁଟ୍ୟବ୍, ରେଡିଓ ଦ୍ଵାରା ମଧ୍ୟ ପାଠ ପଢ଼ାଯାଉଛି ।