ଭୁବନେଶ୍ବର: ବିଜେପୁର ଉପ- ନିର୍ବାଚନ ପାଇଁ ଚାଲିଛି ଏବେ ସମର ସଜ୍ଜା । ବିଜେପୁର ଲଢେଇ ପାଇଁ ସବୁଦଳ ଯୋଦ୍ଧା ଚୟନରେ ବ୍ୟସ୍ତ ଥିବାବେଳେ ଆଜି କଂଗ୍ରେସ ଉପ-ନିର୍ବାଚନ ପାଇଁ ଘୋଷଣା କରିଛି ନିଜ ଯୋଦ୍ଧାଙ୍କ ନାଁ ।
ପ୍ରାର୍ଥୀ ବଦଳାଇ ଦଳ ବିଜେପୁର ଉପ-ନିର୍ବାଚନ ପାଇଁ ମୈଦାନକୁ ଆଣିଛି ବରଗଡ ଜିଲ୍ଲା କଂଗ୍ରେସର ଉପ-ସଭାପତି ଥିବା ଦିଲ୍ଲୀପ ପଣ୍ଡାଙ୍କୁ । ରାଜ୍ୟ କଂଗ୍ରେସ ଦିଲ୍ଲୀପଙ୍କ ନା ସୁପାରିଶ କରିଥିଲା । ଯାହାକୁ ଏଆଇସିସି ଅନୁମୋଦନ କରିଛି । ଫଳରେ ବିଜେପୁରରେ ଲଢେଇ ଜୋରଦାର ହେବ ।