ଓଡିଶା

odisha

ETV Bharat / city

ଡିଜିଟାଲ ହେବ ବିଧାନସଭା: ସଦସ୍ୟଙ୍କୁ ଟାବ ପାଇଁ 1 ଲକ୍ଷ, ଓକାକ ଦେବ ଟ୍ରେନିଂ - ପେପର ଲେସ କାର୍ଯ୍ୟକ୍ରମ

ବିଧାନସଭାକୁ ଡିଜିଟାଲାଇଜେସନ ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ସଦସ୍ୟମାନଙ୍କୁ ଟାବ କିଣିବାକୁ 1ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 25, 2019, 5:26 PM IST


ଭୁବନେଶ୍ବର: ବିଧାନସଭାକୁ ଡିଜିଟାଲଲାଇଜ କରାଯିବ । ଏଥିପାଇଁ ସଦସ୍ୟମାନଙ୍କୁ ଟାବ କିଣିବାକୁ 1ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହା ସହିତ କମ୍ପ୍ୟୁଟର ଶିଖି ନଥିବା ସଦସ୍ୟମାନଙ୍କୁ ଦୈନିକ ବିଧାନସଭା କାର୍ଯ୍ୟ ସମାପ୍ତି ପରେ ସପ୍ତାହକୁ ଦୁଇଥର ଦୁଇମାସ ପର୍ଯ୍ୟନ୍ତ ଓକାକ ଦ୍ବାରା ଟ୍ରେନିଂ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକ ଗାଇଡଲାଇନ ମାଧ୍ୟମରେ ଟାବ କିଣିବାକୁ ସଦସ୍ୟମାନଙ୍କୁ କୁହାଯାଇଛି । କିଣିସାରି ବିଲ ଦାଖଲ କଲେ ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଏହା ଦ୍ବାରା ପେପର ଲେସ କାର୍ଯ୍ୟକ୍ରମ ସମ୍ଭବ ହେବ ବୋଲି ସେ ଆଶାବାଦୀ ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details