ଭୁବନେଶ୍ବର: କାୟା ବିସ୍ତାର କରୁଛି କରୋନା। ଧିରେ ଧିରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଲାଇନ ଯୋଦ୍ଧା ପୋଲିସ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଥାନାକୁ ଡେଉଁଛି କୋରୋନା । ଥାନାକୁ ଅଭିଯୋଗ ନେଇ ଆସୁଥିବା ଅଭିଯୋଗକାରୀଙ୍କଠୁ କୋରୋନା ସଂକ୍ରମଣ ହେବାର ଭୟ ରହିଛି । ଏନେଇ ମୁକାବିଲା କରିବା ପାଇଁ ଡିଜି ପୋଲିସ ଏକ ଏସଓପି ଜାରି କରିଛନ୍ତି । ଯାଦ୍ବାରା ଲୋକଙ୍କ ସମସ୍ୟା ଯେପରି ପ୍ରଭାବିତ ନହୋଇ ସେମାନଙ୍କ ଅଭିଯୋଗ ସମାଧାନ ହେବ ସେନେଇ ଏସଓପିରେ ସମସ୍ତ ଜିଲ୍ଲା ପୋଲିସ ଓ ଡିସିପିଙ୍କୁ ଅବଗତ କରାଯାଇଛି ।
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି - DIG order SOP for all police station
ମାଡିଆସୁଛି କୋରୋନା । ସାମ୍ନାରେ ଜଗିଛି ପୋଲିସ । କୋରୋନାକୁ ଥାନାସ୍ତରେ ରୋକିବାକୁ ଡିଜିଙ୍କ ଏସଓପି ଜାରି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....
![କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି](https://etvbharatimages.akamaized.net/etvbharat/prod-images/768-512-8205710-681-8205710-1595936185707.jpg)
କୋରୋନା ନିୟନ୍ତ୍ରଣ ନେଇ ଡିଜିଙ୍କ ଏସଓପି ଜାରି
ଯେଉଁଥିରେ ଉଲ୍ଲେଖ କରାଯାଇଛି:-
- ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ ।
- କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ବିଟର ଓ ଫେସବୁକ ଜରିଆରେ ଲୋକଙ୍କୁ ଅବଗତ କରାଯିବ ।
- ପ୍ରତି ଥାନାର ଯୋଗାଯୋଗ ନମ୍ବର ସୋସିଆଲ ମିଡିଆରେ ଲୋକଙ୍କୁ ଅବଗତ କରାଯିବ । ଲୋକେ ଯେପରି ଥାନାକୁ ନଆସି ଅଭିଯୋଗ ଜଣାଇପାରିବେ ।
- ସେହିପରି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଡିଏସପି ଓ ଏସପି ।
- ସବୁ ଥାନାରେ ରହିବ ରିସେପସନ କାଉଣ୍ଟର ।
- କାଉଣ୍ଟରଟି ଥାନାଠୁ ଟିକେ ଦୁରରେ ରହିବ ଏକ କୋଠାରେ ରହିବ ନଚେତ ଏକ ଟେଣ୍ଟ ଲଗାଯିବ ।
- ରିସେପସନ ଅଞ୍ଚଳକୁ ଆସୁଥିବା ଅଭିଯୋଗକାରିଙ୍କ ସ୍କ୍ରିନିଂ କରାଯିବ ।
- ପ୍ରତ୍ୟେକ ଦିନ ସେହି ଅଞ୍ଚଳ ବିଶୋଧନ କରାଯିବ ଏଥିସହ ଏହି ଅଞ୍ଚଳରେ ଅଭିଯୋଗକାରିଙ୍କୁ ଅଭିଯୋଗ ସମୟରେ ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବାକୁ ପଡିବ ।
- ଅଭିଯୋଗକାରୀ ମାସ୍କ ଓ ହାତ ଧୋଇବା ନିହାତି ଜରୁରୀ ।
- ଏଥି ସହ ଡିଆଇଜି ଏସପି ଓ ଡିଏସପିଙ୍କ ନମ୍ବର ଥାନାର ରିସେପସନ ପାଖରେ ସୁଚିତ କରାଯିବ ।
- ଥାନାର ଗେଟ ସମ୍ମୁଖରେ ଅଭିଯୋଗ ବାକ୍ସ ରହିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
TAGGED:
ପ୍ରତ୍ୟୋକ ଥାନାରେ ରହିବେ ଏସଓପି