ଭୁବନେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ରୋଡ ରେଳ ଷ୍ଟେସନରୁ ମିଳିବା ଘଟଣା । ବୁଧବାର ପ୍ରଥମେ ରେଲଓ୍ବେ ଟ୍ରାକରେ ଯାଞ୍ଚ ପରେ ପିପୁଲ ଫର ସେବା ଫାଉଣ୍ଡେସନ ଏବଂ ଆଦିତ୍ୟଙ୍କ ପରିବାରକୁ ମାରାଥନ ପଚରାଉଚରା କରିଛି ଜିଆରପି ପୋଲିସ । ମୃତ୍ୟୁ ପୁର୍ବଦିନ କେଉଁଠି ଥିଲେ ? କାହା କାହା ସହ ଭେଟ ହୋଇଥିଲେ ଏନେଇ ଜିଆରପି ଏସପି ଅଶୋକ ବିଶ୍ବାଳଙ୍କ ସହ ଡିଏସପି, ଏସଆଇ ଯାଇ ପଚରାଉଚରା କରିଛନ୍ତି । ଆଉ ଆଦିତ୍ୟର ଏକ ଡାଏରୀ ଜବତ କରିଛନ୍ତି ପୋଲିସ । ଯେଉଁଥିରେ ଆଦିତ୍ୟ ମୃତ୍ୟୁ ପୁର୍ବରୁ ଲେଖିଥିବା କଥା ଖୋଲିପାରେ ମୃତ୍ୟୁର ରହସ୍ୟ।
ଡାଏରୀ ଖୋଲିବ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ! କଣ କହିଲେ ଜିଆରପି ଏସପି - ଜିଆରପି ଏସପି
ଯୁବ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ପରଦା ହଟିନଥିବାବେଳେ ବେଳକୁ ବେଳ ବଢୁଛି ସସପେନ୍ସ । ସେପଟେ ଆଦିତ୍ୟଙ୍କ ଏକ ଡାଏରୀକୁ ଜବତ କରିଛି ଜିଆରପି ପୋଲିସ । ଏନେଇ କଣ କହୁଛନ୍ତି ଜିଆରପି ଏସପି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅନ୍ୟପଟେ ମୃତଦେହ ମିଳିବା ପୂର୍ବଦିନ ରାତି ୭ଟାରେ ନିଜ ପତ୍ନୀ ଘରୁ ବାହାରି ଯିବା ପରେ ସେ ବାହାରିଥିଲେ । ହେଲେ ସାଥିରେ ମୋବାଇଲ ନନେଇ ଘରେ ଛାଡ଼ିଦେଇ ଯାଇଥିଲେ । ପରେ ତାଙ୍କ ପତ୍ନୀ ତାଙ୍କୁ ଖୋଜି ଖୋଜି ଭୁବନେଶ୍ବର ରେଳ ଷ୍ଟେସନରେ ପହଁଚିଥିଲେ। ହେଲେ ରାତିରେ ଏମିତି କଣ ହେଲା ଯେ ତାଙ୍କ ପତ୍ନୀ, ନଣନ୍ଦ ଅର୍ଥାତ ଆଦିତ୍ୟଙ୍କ ଭଉଣୀଙ୍କୁ କଲ କରି ସକାଳ ୮ଟା ସମୟରେ ଏକ ଅନନୋନ ନମ୍ବରରୁ କଲ କରି ଭାଇଙ୍କର ମୃତଦେହ ରେଳ ଟ୍ରାକରେ ପଡିଥିବା କହିଥିଲେ ।
ତେବେ ଏମିତି କଣ ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ଏପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି ଜିଆରପି ଅଧିକାରୀ । ଅନ୍ୟପଟେ ଆଦିତ୍ୟ ନିଜ ପତ୍ନୀଙ୍କ ସହ ହୋଇଥିବା ଝଗଡାରୁ ମଧ୍ୟ କିଛି ସୁରାକ ପାଇଛି ଜିଆରପି ପୋଲିସ । ଏନେଇ କଣ କହୁଛନ୍ତି ଜିଆରପି ଏସପି ଅଶୋକ ବିଶ୍ବାଳ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ