ଓଡିଶା

odisha

ETV Bharat / city

ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି - ଭଦ୍ରକରେ ନୂଆ ମେଡିାକଲ କଲେଜ ନେଇ ଚିଠି

new Medical college in Bhadrak Central Minister Dhrmendra pradhan wrote a letter to Chief Minister  Nabin Pattnaik
ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି

By

Published : Feb 19, 2020, 11:30 AM IST

Updated : Feb 19, 2020, 12:13 PM IST

09:55 February 19

ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି ମୁଖ୍ୟମନ୍ତ୍ରୀ ନବୀନଙ୍କୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ଭାରତ ସରକାରଙ୍କ  ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଚିଠିଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପତ୍ରରେ ଲେଖିଛନ୍ତି ଯେ,ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡିକାଲର ସୁବିଧା ନାହିଁ । ଜିଲ୍ଲାରେ ମେଡିକାଲ କଲେଜ୍ ନିର୍ମାଣ ହେଲେ ଭଦ୍ରକ ଓ ଏହାର ଆଖପାଖର  ଲୋକମାନେ ମେଡିକାଲର ସୁବିଧା ପାଇପାରିବେ ।

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ(ଏମଓଏମଏ) ଦ୍ୱାରା ଆୟୋଜନ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି । ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ବୈଧାନିକ ତଥ୍ୟ ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କଲେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମେଡିକାଲ କଲେଜ ପ୍ରକଳ୍ପ ପାଇଁ କେନ୍ଦ୍ରସରକାର ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ । ତେଣୁ ମୁଖ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ଖୋଲିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ପିଏମଜେଭିକେ ଯୋଜନାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ବିସ୍ତୃତ ବିବରଣୀ ପ୍ରଦାନ କରି ପ୍ରସ୍ତାବ ପଠାଇବାକୁ ପତ୍ର ମାଧ୍ୟମରେ ସେ ଅନୁରୋଧ କରିଛନ୍ତି ।
 


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ


 

Last Updated : Feb 19, 2020, 12:13 PM IST

ABOUT THE AUTHOR

...view details