ଓଡିଶା

odisha

ETV Bharat / city

ସିନିଅର ପାଇଁ ଜୁନିଅର ହେଲା କାଳ, ଧଉଳି କାଠ ମିସ୍ତ୍ରି ହତ୍ୟାକାଣ୍ଡ ପର୍ଦ୍ଦାଫାସ - dhauli carpainter murder news

ଧଉଳି ସରଦେଇପୁର କାଠମିସ୍ତ୍ରି ହତ୍ୟାକାଣ୍ଡ ପର୍ଦ୍ଦାଫାସ। ଜଗନ୍ନାଥ ମହାରଣା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଅନୁପ ବରୁହା ଏବଂ ଅଜୟ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ପଢ୍ତୁ...

ଧଉଳି କାଠ ମିସ୍ତ୍ରି ହତ୍ୟାକାଣ୍ଡ ଫର୍ଦ୍ଦାପାସ
ଧଉଳି କାଠ ମିସ୍ତ୍ରି ହତ୍ୟାକାଣ୍ଡ ଫର୍ଦ୍ଦାପାସ

By

Published : May 15, 2021, 7:28 PM IST

ଭୁବନେଶ୍ବର: ଧଉଳି ସରଦେଇପୁର କାଠମିସ୍ତ୍ରି ହତ୍ୟାକାଣ୍ଡ ପର୍ଦ୍ଦାଫାସ। ଜଗନ୍ନାଥ ମହାରଣା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଅନୁପ ବରୁହା ଏବଂ ଅଜୟ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଧଉଳି କାଠ ମିସ୍ତ୍ରି ହତ୍ୟାକାଣ୍ଡ ଫର୍ଦ୍ଦାପାସ

ପୋଲିସର ସୂଚନା ଅନୁଯାୟୀ, ସିନିୟର ଠାରୁ ଜୁନିୟରର ଡିମାଣ୍ଡ ବଢିବାରୁ ଏଭଳି ହତ୍ୟାକାଣ୍ଡର ହୋଇଥିଲା ଯୋଜନା। କାରଣ ମୃତକ ଜୁନିୟର ଜଗନ୍ନାଥ ମହାରଣା ପୁର୍ବରୁ ଜଣେ ସିନିୟର କାଠ ମିସ୍ତ୍ରି ଜଗନ୍ନାଥ ମହାରଣା ନିକଟରେ କାମ କରୁଥିଲେ।

ପରେ ଜୁନିୟର ଜଗନ୍ନାଥ ମହାରଣାଙ୍କ ଭଲ କାମ ପାଇଁ ତାଙ୍କର ଡିମାଣ୍ଡ ଵଢିଚାଲିଥିଲା ମାର୍କେଟରେ। ବହୁ ବଡ଼ ବଡ଼ କାମର ଅର୍ଡ଼ର ଆସୁଥିଲା ତାଙ୍କ ପାଖକୁ। ଏହାରି ମଧ୍ୟରେ ମାର୍କେଟରେ ସିନିୟର ଜଗନ୍ନାଥ ମହାରଣାର ଡିମାଣ୍ଡ କମିଚାଲିଥିଲା । ପୂର୍ବଭଳି କାମର ଆଉ ଅର୍ଡ଼ର ଆସୁନଥିଲା।

ଏପରିକି ସିନିୟର ଜଗନ୍ନାଥ ମହାରଣା ବଡ଼ଗଡ଼ରେ ନେଇଥିବା ଏକ କାମର କଣ୍ଟ୍ରାକ୍ଟ ଠିକ ଭାବରେ ନ କରିବାରୁ ପରେ ସେହି କାମର କଣ୍ଟ୍ରାକ୍ଟ ଜୁନିୟର ଜଗନ୍ନାଥକୁ ଦେଇଥିଲେ ସେହି ଘରର ମାଲିକ। ଯାହାର ଇଣ୍ଟରିୟର କାମ ଜୁନିୟର ଜଗନ୍ନାଥ କରୁଥିଲେ।

ଆଉ ଯାହାକୁ ନେଇ ସିନିୟର ମହାରଣା ସହିପାରି ନଥିଲେ। ଫଳରେ ଜୁନିୟରକୁ ହଟାଇବାକୁ ସିନିୟର ଜଗନ୍ନାଥ ମହାରଣା ଓ ପୁଅ ଅଜୟ ମହାରଣା ମିଳିତ ଭାବେ ଯୋଜନା କରିଥିଲେ। ନିଜର ଜଣେ ଟାଇଲ ମିସ୍ତ୍ରି ମୁନା ଏବଂ ଅନୁପ ବରୁହା ଜରିଆରେ ଫୋନ ଯୋଗେ ଜୁନିୟର ଜଗନ୍ନାଥକୁ ଡକାଇ ଏକ ଡାକବଙ୍ଗଳା ନିକଟରେ ବିଅର ପିଇଥିଲେ।

ପରେ ମୁନା ଓ ଅନୁପ ଜଗନ୍ନାଥଙ୍କ ବେକକୁ ବ୍ଲେଡରେ କାଟିବା ସହ ପଥରରେ ଛେଚି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ଭାର୍ଗବୀ ନଦୀ ନିକଟରେ ଜଗନ୍ନାଥଙ୍କ ମୃତଦେହକୁ ଫୋପାଡ଼ି ଉକ୍ତ ନଦୀରେ ପହଁରି ଅନ୍ୟ ଏକ ସ୍ଥାନକୁ ଚମ୍ପଟ ମାରିଥିଲେ।

ପୋଲିସ କଲ୍ ଡିଟେଲ୍ ଯାଞ୍ଚ କରିବା ପରେ ନମ୍ବର ଟ୍ରାକ କରି ଅନୁପ ବରୁହାକୁ ଧରିଥିଲେ ଆଉ ପୁରା ଘଟଣା ଅର୍ଥାତ ଷଡ଼ଯନ୍ତ୍ରକାରୀ ଅଜୟ ମହାରଣାକୁ ଗିରଫ କରିଥିଲେ। ହେଲେ ଅନ୍ୟତମ ଅଭିଯୁକ୍ତ ମୁନା ଫେରାର ଥିବାବେଳେ ଏହା ପଛରେ ସିନିୟର ଜଗନ୍ନାଥଙ୍କ ସିଧା ସଳଖ ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ଖୋଳତାଡ଼ କରୁଛି। ଏପଟେ ହତ୍ୟାରେ ବ୍ୟବହୃତ ମୋବାଇଲ ଓ ହତ୍ୟାପରେ ଅଧାପୋଡା ଜିନିଷକୁ ଜବତ କରି ପୋଲିସ ହତ୍ୟାକାରୀ ବିରୋଧରେ ପ୍ରମାଣ ଯୋଗାଡ଼ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details