ଓଡିଶା

odisha

ETV Bharat / city

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - Dharmendra's letter to Naveen

ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

By

Published : Sep 12, 2020, 11:49 AM IST

ଭୁବନେଶ୍ବର: ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଡିଜିଟାଲ ସ୍ବାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଟି ଯୋଜନାରେ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ସୁଯୋଗ ରଖିଛି ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଚଳିତବର୍ଷ ଅଗଷ୍ଟ 15 ତାରିଖ ତଥା 74 ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭ କରିଛନ୍ତି । ଏହି ମିଶନ ଟେକ୍ନୋଲୋଜି ମାଧ୍ୟମରେ ଆମ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ସେହିପରି ସ୍ବେଚ୍ଛାକୃତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ମିଶନ ଦେଶରେ ଡିଜିଟାଲ ସ୍ବାସ୍ଥ୍ୟ ଭିତ୍ତିଭୂମି ତିଆରି କରିବ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିରେ ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ମିଶନ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଆଇଡି(ୟୁଏଚ୍‌ଆଇଡି) ମାଧ୍ୟମରେ ଇ-ଗଭର୍ଣ୍ଣାସରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details