ଓଡିଶା

odisha

ETV Bharat / city

ପୁରୀ ପର୍ଯ୍ୟଟନ ପାଇଁ ଚିନ୍ତାରେ ଧର୍ମେନ୍ଦ୍ର, ଜେଟଲୀଙ୍କୁ ଲେଖିଲେ ଚିଠି

ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହୋଟେଲ ଭିତ୍ତିଭୂମିକୁ ସୁଧାରିବା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ହୋଟେଲ ମାଲିକଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳୀକରଣ ଓ ସହଜ ନୂଆ ଋଣ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଫାଇଲ ଫଟୋ

By

Published : May 9, 2019, 11:13 PM IST

ଭୁବନେଶ୍ବର: ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହୋଟେଲ ଭିତ୍ତିଭୂମିକୁ ସୁଧାରିବା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ହୋଟେଲ ମାଲିକଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳୀକରଣ ଓ ସହଜ ନୂଆ ଋଣ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହା ସହ କୃଷି, କୁକୁଡ଼ାପାଳନ, ମତ୍ସ୍ୟଚାଷ ଓ ପଶୁପାଳନ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଥିବାରୁ ଏହି ସବୁ ପ୍ରାଥମିକ କ୍ଷେତ୍ରଗୁଡ଼ିକ ପାଇଁ ଅଳ୍ପ ସୁଧରେ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହା ଦ୍ବାରା ପୁରୀ ଜିଲ୍ଲାରେ ହୋଟେଲ ଶିଳ୍ପ ପୁଣିଥରେ ଠିଆ ହୋଇପାରିବ । ତେଣୁ ଏ ସମ୍ପର୍କରେ ବ୍ୟାଙ୍କଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦି ଏହା ଚାଷୀମାନଙ୍କୁ ସୁହାଇବା ଭଳି ସୁଧ ହାରରେ ପ୍ରଦାନ କରାଯିବ ତେବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ।

ଫନି ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟରେ କାମ କରୁଥିବା ବ୍ୟାଙ୍କଗୁଡ଼ିକ ସହ ସମୀକ୍ଷା ବୈଠକ ସମୟରେ ବ୍ୟାଙ୍କ ଖାତା ଦେଖାଇଲେ ଏସବିଆଇ ଯେପରି ଭାବରେ ୨୦୦୦ ଟଙ୍କା ପ୍ରଦାନ କରୁଛି, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଏହି ସୁବିଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉପଲବ୍ଧ କରାଇବା ପାଇଁ ବ୍ୟାଙ୍କମାନଙ୍କୁ କହିଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସହ ବ୍ୟାଙ୍କିଙ୍ଗ କରେସପଣ୍ଡେଂଟ ଓ କମନ ସର୍ଭିସ ସେଣ୍ଟରର ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟଙ୍କା ଉଠାଣ କରାଯିବର ସୁବିଧା ଉପଲବ୍ଧ କରାଯିବା ଉପରେ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଗୁରୁତ୍ବ ଦେଇଛନ୍ତି ।

ବାତ୍ୟା ଫନି କାରଣରୁ ପ୍ରଭାବିତ ଜିଲ୍ଲାମାନଙ୍କରେ ବିପୁଳ ସମ୍ପତ୍ତି କ୍ଷତି ହୋଇଛି । ତେଣୁ ବୀମା କରିଥିବା ଲୋକମାନଙ୍କର ଇନସ୍ୟୁରାନ୍ସ ଓ କ୍ଲେମକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି । ଏହା ଦ୍ବାରା ଅର୍ଥନୀତିକୁ ପୁଣିଥରେ ଗତିଶୀଳ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details