ଓଡିଶା

odisha

ETV Bharat / city

ମହାନଦୀରେ ପୁରାତନ ମନ୍ଦିର ଠାବ ଘଟଣା: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର - ଭୁବନେଶ୍ବର ଖବର

ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ...

ନୟାଗଡରେ ପୁରାତନ ମନ୍ଦିର ଠାବ ଘଟଣା: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର
ନୟାଗଡରେ ପୁରାତନ ମନ୍ଦିର ଠାବ ଘଟଣା: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

By

Published : Jun 18, 2020, 10:23 AM IST

ଭୁବନେଶ୍ବର: ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି । ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହାନଦୀରେ ପୁରାତନ ମନ୍ଦିର ପୁରାତନ ମନ୍ଦିର ଠାବ ଘଟଣା: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ନୟାଗଡ ଜିଲ୍ଲାର ମହାନଦୀରେ ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି । ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ୍‌) ଏହି ମନ୍ଦିରର ଅନୁଧ୍ୟାନ କରୁଥିବା ବେଳେ ଏହି ମନ୍ଦିରର ପ୍ରମୁଖ ଐତିହାସିକ ମହତ୍ତ୍ବ ରହିଛି । ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ ପାଖ ପଦ୍ମାବତି ଗ୍ରାମର ବୈଦେଶ୍ବର ନିକଟ ମହାନଦୀ ମଝିରେ ଠାବ ହୋଇଛି । ୫୫ରୁ ୬୦ ଫୁଟ ଜଳମଗ୍ନ ଏହି ମନ୍ଦିର ଚୂଡାର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫ଶହ ଶତାବ୍ଦୀର ଶେଷ କିମ୍ବା ୧୬ ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି । ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ତବକୁ ଧ୍ୟାନରେ ରଖି ଓଡିଶାବାସୀଙ୍କ ପାଇଁ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଓ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଶ୍ରୀ ପ୍ରଧାନ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details