ଓଡିଶା

odisha

ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ତାଳଚେରରେ ଉତ୍ପାଦନ ହେବ ୟୁରିଆ

ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ । କ୍ୟାବିନେଟର ନିଷ୍ପତ୍ତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ତାଳଚେରରେ ଉତ୍ପାଦନ ହେବ ୟୁରିଆ
ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ତାଳଚେରରେ ଉତ୍ପାଦନ ହେବ ୟୁରିଆ

By

Published : Apr 20, 2021, 7:07 PM IST

ଭୁବନେଶ୍ବର: ତାଳଚେର ସାର କାରଖାନାରେ କୋଲ୍ ଗ୍ୟାସିଫିକେସନ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ । କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରୀୟ କ୍ୟାବିନେଟକୁ ଧନ୍ୟବାଦ ଜଣେଇଛନ୍ତି ଧର୍ମେନ୍ଦ୍ର । ଏହା ଏକ ଐତିହାସିକ ନିଷ୍ପତି ବୋଲି ଟ୍ବିଟ୍ କରି କହିଛନ୍ତି ଧର୍ମେନ୍ଦ୍ର ।

ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ତାଳଚେରରେ ଉତ୍ପାଦନ ହେବ ୟୁରିଆ

ଘରୋଇ ୟୁରିଆ କ୍ଷେତ୍ରରେ ବୈଶୟିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ପରିବେଶ ସହଯୋଗୀ ସ୍ବଦେଶୀ ୟୁରିଆ ଉତ୍ପାଦନକୁ ଏହି ନିଷ୍ପତ୍ତି ଗତି ଦେବ । ବାର୍ଷିକ ୧୨.୭ ଏଲଏମଟି ୟୁରିଆ ଆମଦାନୀକୁ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଧର୍ମେନ୍ଦ୍ର ଆଶା ରଖିଛନ୍ତି । ଆଜିର ଏହି ନିଷ୍ପତି ଚାଷୀ ଭାଇ ମାନଙ୍କ ପାଇଁ ସାରର ଉପଲବ୍ଧିକୁ ବୃଦ୍ଧି କରିବାରେ ଗେମ-ଚେଞ୍ଜର ହେବ ବୋଲି ସେ କହିଛନ୍ତି ।

ଏହା ସହିତ ପୂର୍ବ ଭାରତରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ଆଶା ରଖିଛନ୍ତି । ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟ ମାନଙ୍କରେ ସାମାଜିକ-ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details