ଓଡିଶା

odisha

ETV Bharat / city

Dharmendra Sahu Death Case: ଭାଣିଜୀଙ୍କ ପାଖରେ ମନ୍ତ୍ରୀଙ୍କ ସିକ୍ରେଟ୍, ଖୋଲିପାରେ ମୃତ୍ୟୁ ରହସ୍ୟ - ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ରହସ୍ୟ

ଧର୍ମେନ୍ଦ୍ରଙ୍କ ଅଡିଓ ଭାଇରାଲ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ପୋଲିସ ସ୍କାନରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭାଣିଜୀ । ଅଧିକ ପଢନ୍ତୁ

Dharmendra Sahu Death Case: ପୋଲିସ ସ୍କାନରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁ
Dharmendra Sahu Death Case: ପୋଲିସ ସ୍କାନରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁ

By

Published : Oct 4, 2022, 10:55 AM IST

Updated : Oct 4, 2022, 11:28 AM IST

ଭୁବନେଶ୍ବର: ଖୋଲିବକି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ରହସ୍ୟ, ଧର୍ମେନ୍ଦ୍ରଙ୍କ ଅଡିଓ ଭାଇରାଲ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ଅକ୍ଷୟ ନାୟକଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିବାର ଅଡିଓ ଭାଇରାଲ ପରେ ତଦନ୍ତକୁ ଆଗକୁ ନେଇଛି କମିଶନରେଟ ପୋଲିସ । ଶେଷ କଲରେ ଧର୍ମେନ୍ଦ୍ର ନେଇଥିବା ନାଁକୁ ନେଇ ପୋଲିସ ତଦନ୍ତ ଚଳାଇଛି । ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହୋଇଥିଲେ ଧର୍ମେନ୍ଦ୍ର, ଯେଉଁଥିରେ କି ସେ ୭ଜଣଙ୍କ ନାମ ନେଇଥିବାବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାମ ମଧ୍ୟ ନେଇଥିଲେ ଏବଂ ଶେଷରେ ବିନ୍ଦାସ ଚିନୁ ନାମ ମଧ୍ୟ ନେଇଥିଲେ ।

Dharmendra Sahu Death Case: ପୋଲିସ ସ୍କାନରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁ

ଏହି ନାମକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଅକ୍ଷୟ ନାୟକ । ବିନ୍ଦାସ ଚିନୁ ମନ୍ତ୍ରୀଙ୍କ ସମ୍ପର୍କୀୟ ଭାଣିଜୀ ବୋଲି କହିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ । ସେ କହିଛନ୍ତି ଯେ, ''ମୋ ପାଖରେ ସମ୍ପର୍ଣ୍ଣ ଅଡିଓ ରହିଛି, ଏହା ମୁଁ ପୋଲିସକୁ ଦେବି, କଲ୍‌ ରେକର୍ଡ ଶେଷ ବୋଲି ମୁଁ କହିପାରିବି ନାହିଁ କିନ୍ତୁ ମୋତେ ମୃତ୍ୟୁ ପୂର୍ବରୁ କଲ କରିଥିଲେ, ଏବଂ ସେଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାମ ବାରମ୍ବାର ନେଇଥିଲେ, ଏବଂ ସେ ଅନେକ ଚାଞ୍ଚଲ୍ୟ କର ତଥ୍ୟ ମଧ୍ୟ ଦେଇଛନ୍ତି, ଏବଂ ମନ୍ତ୍ରୀଙ୍କ ଭାଣିଜି ବିନ୍ଦାସ ଚିନୁଙ୍କ ନାମ ମଧ୍ୟ ନେଇଛନ୍ତି, ଯଦି ବିନ୍ଦାସ ଚିନୁକୁ ପୋଲିସ ତଦନ୍ତ ପରିସର ଭୁକ୍ତକୁ ଆଣନ୍ତେ ତେବେ ଅନେକ ତଥ୍ୟ ଲୋକଲୋଚନକୁ ଆସନ୍ତା ବୋଲି କହିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ ।''

ଅକ୍ଷୟ ସାହୁଙ୍କୁ ଏହି ବୟାନ ପରେ ପୋଲିସ ସ୍କାନରରେ ଏବେ ବିନ୍ଦାସ ଚିନୁ । ଅକ୍ଷୟଙ୍କ ଫୋନକୁ ସିଜ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ କାହିଁକି ବିନ୍ଦାସ ଚିନୁଙ୍କ ନା ନେଲେ ଅକ୍ଷୟ, ଏଥିସହ ବନ୍ଦାସ ଚିନୁଙ୍କ କଣ ରହିଛି ଧର୍ମେନ୍ଦ୍ରଙ୍କ ସମ୍ପର୍କ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବୟାନ ପରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁକୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିବ ନା ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦଶହରା ଯୋଗୁଁ ତଦନ୍ତ ଧିମେଇଥିବା ବେଳେ ପୂଜା ପରେ ପୁଣି ତଦନ୍ତକୁ ଜୋରଦାର କରିବ ପୋଲିସ । ତେବେ ଅକ୍ଷୟ ସାହୁ ଧର୍ମେନ୍ଦ୍ର ଅନେକ ଅଡିଓ ମଧ୍ୟ ପୋଲିସକୁ ଦେଇଛନ୍ତି, ଯାହକୁ ନେଇ ଆଗକୁ ତଦନ୍ତ କରିବ ପୋଲିସ ।

ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକ ପୋଷ୍ଟରେ ଲେଖିଥିଲେ ।

Last Updated : Oct 4, 2022, 11:28 AM IST

ABOUT THE AUTHOR

...view details