ଓଡିଶା

odisha

ETV Bharat / city

ମାନବିକତାର ପ୍ରତୀକ ମହାତ୍ମା: ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶୁଭ ଶତବାର୍ଷିକୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ମାନବିକତାର ପ୍ରତୀକ ମହାତ୍ମା: ଧର୍ମେନ୍ଦ୍ର ପ୍ରଧାନ
ମାନବିକତାର ପ୍ରତୀକ ମହାତ୍ମା: ଧର୍ମେନ୍ଦ୍ର ପ୍ରଧାନ

By

Published : Mar 23, 2021, 7:41 PM IST

ଭୁବନେଶ୍ବର: ବିଧାନସଭା ପରିସରରେ ପାଳନ ହେଲା ଗାନ୍ଧୀଙ୍କ ଓଡିଶା ଆଗମନ ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଓଡିଶା ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କଲେ ବିଧାନସଭାର ସମସ୍ତ ସଦସ୍ୟ । ସେପଟେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶୁଭ ଶତବାର୍ଷିକୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାନବିକତାର ପ୍ରତୀକ ମହାତ୍ମା: ଧର୍ମେନ୍ଦ୍ର ପ୍ରଧାନ

ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ସ୍ବର୍ଣ୍ଣିମ ଅଧ୍ୟାୟ ଓଡ଼ିଆଙ୍କ ପାଇଁ ଗୌରବର କ୍ଷଣ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି ଯେ ‘ମାନବିକତାର ପ୍ରତୀକ ମହାତ୍ମା’ । ଆଧ୍ୟାତ୍ମିକ ଚେତନାର ଦିବ୍ୟଭୂମି ଓଡ଼ିଶାରେ ସତ୍ୟନିଷ୍ଠା ତଥା ମାନବିକତାର ଅନନ୍ୟ ମୂର୍ତ୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀଜୀଙ୍କ ଆଗମନର ଶୁଭ ଶତବାର୍ଷିକୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ।

ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସରେ ଯୋଡି ହୋଇଥିବା ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ସ୍ବର୍ଣ୍ଣିମ ଅଧ୍ୟାୟ ଓଡ଼ିଆଙ୍କ ପାଇଁ ସମ୍ମାନ ଓ ଗୌରବର କ୍ଷଣ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details