ଓଡିଶା

odisha

By

Published : Apr 14, 2021, 7:42 PM IST

ETV Bharat / city

ଧର୍ମେନ୍ଦ୍ରଙ୍କ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ: ପ୍ରତାପ ଦେବ

ଟିକା ଅଭାବ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଅଧିକ ପଢନ୍ତୁ....

ଧର୍ମେନ୍ଦ୍ରଙ୍କ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ: ପ୍ରତାପ ଦେବ
ଧର୍ମେନ୍ଦ୍ରଙ୍କ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ: ପ୍ରତାପ ଦେବ

ଭୁବନେଶ୍ୱର: ଟିକା ଅଭାବ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଧର୍ମେନ୍ଦ୍ରଙ୍କ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ରାଜ୍ୟରେ ସାଢେ଼ ଚାରି କୋଟି ଲୋକ ଅଛନ୍ତି । ୪୫ ଲକ୍ଷ ଟିକା ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖି ଭୁଲ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।

ଧର୍ମେନ୍ଦ୍ରଙ୍କ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ: ପ୍ରତାପ ଦେବ

ସେହିପରି ପ୍ରଥମରୁ କେନ୍ଦ୍ର ସରକାର କହିଥିଲେ ଟିକାର ଅଭାବ ରହିବ ନାହିଁ । ଏବେ ଅଭାବରୁ ଅନେକ କେନ୍ଦ୍ର ବନ୍ଦ ହେଲାଣି । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ପାଖରେ ରଖିଛନ୍ତି । ସଂକ୍ରମଣ ବଢୁଥିବା ବେଳେ ଆବଶ୍ୟକତା ଅନୁସାରେ ରାଜ୍ୟକୁ ଟିକା ଯୋଗାଇ ଦିଆଯାଉନି । ପରେ ପୁଣି ସେହିମାନେ ଅଭିଯୋଗ କରିବେ ପରିଚାଳନା କରିବାରେ ବିଫଳ ରାଜ୍ୟ ସରକାର । ତା ପରେ ବି ଆବଶ୍ୟକତା ଅନୁସାରେ ଟିକା ମିଳୁନି । ଟିକା ପ୍ରସଙ୍ଗରେ ଧର୍ମେନ୍ଦ୍ର ବାବୁ ଅଯଥା ରାଜନୀତି କରନ୍ତୁ ନାହିଁ । ଓଡ଼ିଶାର ଲୋକ କିଭଳି ଟିକା ପାଇବେ ସେହି ବ୍ୟବସ୍ଥା କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details