ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ବିସ୍ତୃତ ବୈଜ୍ଞାନିକ ଖନନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏକ ପତ୍ର ଲେଖିଛନ୍ତି । ଏକାମ୍ର କ୍ଷେତ୍ରରେ ପୋତି ହୋଇଯାଇଥିବା ବିଭିନ୍ନ ପୁରାତନ ଐତିହ୍ୟର ଚିହ୍ନଟ ପାଇଁ ପ୍ରତ୍ନତାତ୍ତ୍ବିକ ବିଭାଗର ଏକ ବିଶେଷଜ୍ଞ ଟିମକୁ ଏହାର ଅନୁଧ୍ୟାନ ଏବଂ ବୈଜ୍ଞାନିକ ଖୋଦେଇ ପାଇଁ ପଠାଇବାକୁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।
ଏକାମ୍ର କ୍ଷେତ୍ରର ବୈଜ୍ଞାନିକ ଖୋଦେଇ ପାଇଁ କେନ୍ଦ୍ରର ସହାୟତା ଲୋଡିଲେ ଧର୍ମେନ୍ଦ୍ର - କେନ୍ଦ୍ରକୁ ଧର୍ମେନ୍ଦ୍ରଙ୍କ ପତ୍ର
ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ବିସ୍ତୃତ ବୈଜ୍ଞାନିକ ଖନନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏକ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ...
![ଏକାମ୍ର କ୍ଷେତ୍ରର ବୈଜ୍ଞାନିକ ଖୋଦେଇ ପାଇଁ କେନ୍ଦ୍ରର ସହାୟତା ଲୋଡିଲେ ଧର୍ମେନ୍ଦ୍ର ଏକାମ୍ର କ୍ଷେତ୍ରର ବୈଜ୍ଞାନିକ ଖୋଦେଇ ପାଇଁ କେନ୍ଦ୍ରର ସହୟତା ଲୋଡିଲେ ଧର୍ମେନ୍ଦ୍ର](https://etvbharatimages.akamaized.net/etvbharat/prod-images/768-512-10438846-thumbnail-3x2-bbsr.jpg)
ଏକାମ୍ର କ୍ଷେତ୍ରର ବୈଜ୍ଞାନିକ ଖୋଦେଇ ପାଇଁ କେନ୍ଦ୍ରର ସହୟତା ଲୋଡିଲେ ଧର୍ମେନ୍ଦ୍ର
ନିକଟରେ ପ୍ରତ୍ନତାତ୍ତ୍ବିକ ସର୍ଭେ ଅଫ ଇଣ୍ଡିଆ ଦ୍ବାରା ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ସୁକ ସାରୀ ମନ୍ଦିରର ଚାରିପାଖ ଖୋଦେଇ ହୋଇଥିଲା । ଖୋଦେଇ ବେଳେ ମାଟି ତଳୁ ଏକ ମନ୍ଦିର ସଂରଚନାର ଭଗ୍ନାବଶେଷ ମିଳିଥିଲା । ମିଳିଥିବା ଭଗ୍ନାବଶେଷରୁ ଏହି ମନ୍ଦିରଟି ଦଶମ କିମ୍ବା ଏକାଦଶ ଶତାବ୍ଦୀ ମଧ୍ୟରେ ସୋମବଂଶୀୟ ଯୁଗରେ ନିର୍ମିତ ହୋଇଥିବା ଜଣାପଡିଛି । ଏଣୁ ଏକାମ୍ର କ୍ଷେତ୍ରରେ ଐତିହ୍ୟର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି ।