ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଅର୍ଜୁନ ପୁରସ୍କାର ପାଇବେ ଓଡିଆ ପୁଅ ପ୍ରମୋଦ ଭଗତ । ଏହାପୂର୍ବରୁ ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି ।
ଅର୍ଜୁନ ପୁରସ୍କାର ପାଇଁ ଓଡିଆ ପୁଅଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା - ଅର୍ଜୁନ ପୁରସ୍କାର
ଆସନ୍ତାକାଲି(ଗୁରୁବାର) ଅର୍ଜୁନ ପୁରସ୍କାର ପାଇବେ ଓଡିଆ ପୁଅ ପ୍ରମୋଦ ଭଗତ । ଏହାପୂର୍ବରୁ ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
![ଅର୍ଜୁନ ପୁରସ୍କାର ପାଇଁ ଓଡିଆ ପୁଅଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/768-512-4271052-696-4271052-1567001341217.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ, ପ୍ରମୋଦ ଭଗତ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ବର ୧ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି । ସେ ଆସନ୍ତାକାଲି ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ଜାଣି ମୁଁ ଗର୍ବିତ । ପ୍ରମୋଦ ଆଗକୁ ମଧ୍ୟ କ୍ରୀଡା କ୍ଷେତ୍ରରେ ଆହୁରି ଅନେକ ଗୌରବ ଆଣନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ