ଓଡିଶା

odisha

ଧର୍ମଶାଳା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, OHRC ନିକଟରେ ହାଜର ହେଲା ପୀଡିତା ପରିବାର

By

Published : Jan 28, 2020, 9:49 PM IST

Updated : Jan 28, 2020, 10:04 PM IST

ଧର୍ମଶାଳା ନାବାଳିକା ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜ୍ୟ ମାନବାଧିକାରଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ । କମିଶନ ମାମଲାକୁ ଗ୍ରହଣ କରି କଡା ନିର୍ଦ୍ଦେଶ ଦେଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

HRC ନିକଟରେ ହାଜର ହେଲା କଂଗ୍ରେସ
HRC ନିକଟରେ ହାଜର ହେଲା କଂଗ୍ରେସ

ଭୁବନେଶ୍ବର: ଓଡିଶାରେ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହିଁ ରାଜ୍ୟ ସରକାର । ବାରମ୍ବାର ନାବାଳିକାଙ୍କୁ ନିର୍ଯାତନା ଓ ଦୁଷ୍କର୍ମ କରାଯାଉଛି । ଏଥିରେ ପୋଲିସର ସଂପୃକ୍ତି ରହୁଛି । ଯାହା ଚିନ୍ତାଜନକ । ଏପରି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ଧର୍ମଶାଳା ନାବାଳିକା ନିର୍ଯ୍ୟାତନା ମାମଲା; HRC ନିକଟରେ ହାଜର ହେଲା କଂଗ୍ରେସ


ଯାଜପୁର ଧର୍ମଶାଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି କଟକରେ ପୋଲିସ କର୍ମଚାରୀଙ୍କ ଘରେ ଦୀର୍ଘ 3 ଦିନ ରଖି ନିର୍ଯାତନା ଘଟଣାରେ ପୋଲିସକୁ ଟାର୍ଗେଟ କରିଛି କଂଗ୍ରେସ । ଏପ୍ରସଙ୍ଗରେ ଦଳ ମଙ୍ଗଳବାର ଏଚଆରସିଙ୍କ ନିକଟରେ ଅଭିଯୋଗ କରିବା ସହ ପୀଡିତା ପରିବାରକୁ ସୁରକ୍ଷା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛି । ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ କମିଶନଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦେବା ସହ ପୀଡିତାଙ୍କ ପାଇଁ କ୍ଷତିପୂରଣ ଓ ସୁରକ୍ଷା ତୁରନ୍ତ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ପ୍ରଦୀପ କମିଶନଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି, ପୋଲିସ ବିଭାଗରେ ରହି ଯଦି ଏପରି ଘଟଣାରେ ସମ୍ପୃକ୍ତି ରହିବେ ତେବେ ପୋଲିସ ଅଧିକାରୀ କେତେ ଦୂର ପୀଡିତାଙ୍କୁ ନ୍ୟାୟ ଦେବେ ? ବୋଲି ପ୍ରଶ୍ନ କରିଛନ୍ତି ସେ । ସେହି ଦୃଷ୍ଟିରୁ ମାମଲାକୁ ସ୍ବାଧୀନ ଭାବେ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଏହି ଘଟଣାକୁ ରାଜ୍ୟ ମାନବ ଅଧିକାର ଆୟୋଗ ଗୁରୁତ୍ବର ସହ ନେଇଛନ୍ତି । ପୀଡିତାଙ୍କ ସମେତ ତାଙ୍କ ପରିବାରଙ୍କୁ ସୁରକ୍ଷା ଦିଆଯିବ । ଯେହେତୁ ପୀଡିତା 10ମ ଶ୍ରେଣୀରେ ପାଠ ପଢୁଛନ୍ତି ଓ ପରୀକ୍ଷା ଆଗକୁ ରହିଛି ତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଏହା ସହ 3 ରୁ 7 ଦିନ ଭିତରେ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 10 ତାରିଖରେ ହେବ ।


ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନରେ ଅପହରଣ ପରେ କଟକରେ ଦୁଷ୍କର୍ମ କରାଯାଇଥିଲା । ନାବାଳିକାକୁ ନିଶା ଦେଇ ଦୀର୍ଘ 3 ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ରଖାଯାଇଥିଲା । ତାହା ପୁଣି ଏକ ପୋଲିସ ବାବୁଙ୍କ ଘରେ। ଅପହରଣ କରିଥିବା ମୁଖ୍ୟ ଅଭିଯୁକ୍ତ ଓ ତାର ଭାଇ ମିଶି ତାଙ୍କର ଭଉଣୀ ଘରେ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 28, 2020, 10:04 PM IST

ABOUT THE AUTHOR

...view details