ଓଡିଶା

odisha

ଆସୁଛି ଧନତେରାସ ଓ ଦୀପାବଳି, ଅପରାଧ ରୋକିବା ପାଇଁ ପୋଲିସର ନୂଆ ଷ୍ଟ୍ରାଟେଜି

By

Published : Nov 12, 2020, 4:37 AM IST

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ ଓ ଧନତେରାସ । ଏନେଇ କମିସନରେଟ ପୋଲିସ ଚୋରି ଡକାୟତ ରୋକିବା ପାଇଁ ଆରମ୍ଭ କରିଛି ଆକ୍ସନ । ଫୋକସରେ ଷ୍ଟ୍ରିଟ କ୍ରାଇମ । ଅର୍ଥାତ ଛିନତାଇ ଓ ଲୁଟ ପାଇଁ ପୋଲିସ ପ୍ରସ୍ତୁତ କରିଛି ନୂଆ ଟେକନିକ । ଅଧିକ ପଢନ୍ତୁ...

dcp bhubaneswar
ଆସୁଛି ଧନତେରାସ ଓ ଦୀପାବଳି, ଅପରାଧ ରୋକିବା ପାଇଁ ପୋଲିସର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ବର : ଧନତେରାସ ଓ ଦୀପାବଳି ପାଇଁ ପୋଲିସର ନୂଆ ଷ୍ଟ୍ରାଟେଜି । ଫୋକସରେ ଷ୍ଟ୍ରିଟ କ୍ରାଇମ । ଅର୍ଥାତ ଛିନତାଇ ଓ ଲୁଟ ପାଇଁ ପୋଲିସ ପ୍ରସ୍ତୁତ କରିଛି ନୂଆ ଟେକନିକ ଗ୍ରହଣ କରାଯାଇଥିବା ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ଆସୁଛି ଧନତେରାସ ଓ ଦୀପାବଳି, ଅପରାଧ ରୋକିବା ପାଇଁ ପୋଲିସର ନୂଆ ଷ୍ଟ୍ରାଟେଜି

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ ଓ ଧନତେରାସ । ଏନେଇ କମିସନରେଟ ପୋଲିସ ଚୋରି ଡକାୟତ ରୋକିବା ପାଇଁ ଆରମ୍ଭ କରିଛି ଆକ୍ସନ । ସୁନା ଦୋକାନ ଆଗରେ ଜଗିବେ ପୋଲିସ ଓ ଛକ ଛକରେ ରହିବେ ବିଟ ପାଟ୍ରୋଲିଂ ଟିମ । ବିଏମସି ସହାୟତାରେ ସିସିଟିଭି ମନିଟର ସହ କେଉଁଠାରେ ମୋବାଇଲ ଛଡାଇବା ବା ଛିନତାଇ କରିବା ଅଭିଯୋଗ ଆସିଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ । ଏହା ସହିତ ପେଟି କ୍ରାଇମ ବା ପୂର୍ବରୂ କ୍ରାଇମ କରିଥିବା କିଛି ପେସାଦାର ଅପରାଧିଙ୍କ ଲିଷ୍ଟ କରି ସେମାନଙ୍କୁ ମନିଟର କରାଯାଇଛି । ଜିଲ୍ଲାବାହାରୁ ଆସୁଥିବା ଅପରାଧିଙ୍କ ପାଇ ସ୍ବତନ୍ତ୍ର ନଜର ରଖିବା ସହ ଏଥର ଦୀପାବଳି ଓ ଧନତେରସରେ ପୋଲିସର କଡା ନଜର ରହିବ ।

ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଏସଆରସିଙ୍କର ଗାଇଡଲାଇନ ଅନୁସାରେ ପାଳନ ହେବ ଦିପାବଳୀ । ନିୟମ ଉଲ୍ଲଙ୍ଘନ କଲେ କାର୍ଯାନୁଷ୍ଠାନ ସହ ଫାଇନ ପାଇଁ କାଟିବ ପୋଲିସ । ଏହା ସହିତ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଥିବା ନଜର ରଖିବାକୁ ଥାନାଅଧିକାରିଙ୍କୁ ଆଲର୍ଟ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details