ଭୁବନେଶ୍ବର: ଜଣାପଡିଲା ସାମୁଦ୍ରିକ ଝଡ଼ ୟସର ଆଖି। ଧାମରା ଓ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ବୁଧବାର ଭୋର ୪ ଟାରୁ ଆରମ୍ଭ ହେବ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା । ଦିନ ୧୧ ଟାରୁ ଅପରାହ୍ନ ୨ ମଧ୍ୟରେ ଧାମରା ପାଖାପାଖି ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ୟସ।
ଜଣାପଡିଲା ବାତ୍ୟା ୟସର ଆଖି, ଧାମରା ନିକଟରେ କରିପାରେ ଲ୍ୟାଣ୍ଡଫଲ୍ କ୍ରମଶଃ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଗତି କରିବ।ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ସର୍ବାଧିକ କ୍ଷୟକ୍ଷତି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା। ବାତ୍ୟା ୟସ ଏବେ ପାରାଦ୍ବୀପ ଠାରୁ ୨୮୦ କିମି, ବାଲେଶ୍ବର ଠାରୁ ୩୮୦ କିମି ଏବଂ ଦୀଘା ଠାରୁ ୩୭୦ କିମି ଦୂରରେ ରହିଛି ବାତ୍ୟା।
ସର୍ବାଧିକ ୧୦ ନଂ ବିପଦ ସଙ୍କେତ ପାରାଦ୍ଦୀପ ଓ ଧାମରା ପାଇଁ ଜାରି କରାଯାଇଛି। ପୁରୀ ରେ ୮ ନଂ ଓ ଗୋପାଳପୁର ରେ ୩ ନଂ ସଂକେତ ଜାରି କରାଯାଇଛି। ମଙ୍ଗଳବାର ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଓ ଯାଜପୁର, ମୟୂରଭଞ୍ଜ, ପୁରୀ, କଟକ ଓ ଖୋର୍ଦ୍ଧା ରେ ହେବ।
ବାତ୍ୟା ସ୍ଥଳ ଭାଗ ଅତିକ୍ରମ କଲା ବେଳେ ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ୧୨୦ ରୁ ୧୩୦ କିମି ରହିବ । ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ପବନର ବେଗ ୯୦ ରୁ ୧୦୦ କିମି ଏବଂ ଗଞ୍ଜାମ ଜିଲ୍ଲାରେ ୭୦ ରୁ ୮୦ କିମି ବେଗରେ ପବନ ବହିବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ