ଓଡିଶା

odisha

ETV Bharat / city

Dhamnagar By-Poll: ବିଜୟ ନେଇ 3 ଦଳର ଦୃଢ ଦାବି, ଆମେ ଜିତିବୁ ନିର୍ବାଚନ

ଧାମନଗର ଉପ-ନିର୍ବାଚନ (Dhamnagar by-election) ରେ କଣ ହେବ ରାଜନୈତିକ ସମୀକରଣ । କିଏ ରହିବେ ଆଗରେ କିଏ ରହିବେ ପଛରେ । ନଭେମ୍ବର 3 ତାରିଖରେ ଧାମନଗର ଉପ ନିର୍ବାଚନ । ବିଜେପି ଦଖଲରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ? ଅଧିକ ପଢନ୍ତୁ

By

Published : Oct 6, 2022, 8:22 PM IST

Etv Bharat
Etv Bharat

ଭୁବନେଶ୍ବର: ଧାମନଗର ଉପ-ନିର୍ବାଚନ (Dhamnagar by-election) ରେ କଣ ହେବ ରାଜନୈତିକ ସମୀକରଣ । କିଏ ରହିବେ ଆଗରେ କିଏ ରହିବେ ପଛରେ । ନଭେମ୍ବର 3 ତାରିଖରେ ଧାମନଗର ଉପ ନିର୍ବାଚନ । ବିଜେପି ଦଖଲରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ? କିଏ ହେବେ ଧାମନଗରର ପରବର୍ତ୍ତୀ ବିଧାୟକ । ବିଷ୍ଣୁଙ୍କ ଉତ୍ତରାଧିକାରୀ ଭାବେ କାହାକୁ ବାଛିବେ ଧାମନଗରବାସୀ ? ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି ରଣନୀତି ପ୍ରସ୍ତୁତି ।

Dhamnagar by Election, ବିଜୟ ନେଇ 3 ଦଳର ଦୃଢ ଦାବି ଆମେ ଜିତିବୁ ନିର୍ବାଚନ

ଏହାରି ଭିତରେ ବରିଷ୍ଠ ରାଜନେତା ଦାମୋଦର ରାଉତ ଉପ-ନିର୍ବାଚନକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଦାମ କହିଛନ୍ତି, "ଧାମନଗର ଉପ ନିର୍ବାଚନରେ ବିଜେଡି ହିଁ ଜିତିବ । ଯଦିଓ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଅନୁକମ୍ପାମୂଳକ ଭୋଟ ରହିବ ତା ସତ୍ବେ ମଧ୍ୟ ବିଜେଡି ଏହି ନିର୍ବାଚନ ଜିତିବ । କାରଣ ଲୋକ ଚାହିଁବେ ସେମାନଙ୍କ କାମ ହେଉ । ଆଉ ଏହି କାମ କରିବ କ୍ଷମତାରେ ଥିବା ନବୀନ ସରକାର । ତେଣୁ ଲୋକେ ଆଉ କିଛି ନବିଚାରି ବିଜେଡିକୁ ଭୋଟ ଦେବେ ।"

ଏହାବି ପଢନ୍ତୁ- Dhamnagar By-Poll: କାହା ପଲ୍ଲା ଭାରି ବିଜେଡି, ବିଜେପି ନା କଂଗ୍ରେସ ?

ସେପଟେ ବ୍ରଜରାଜନଗର ଉପ-ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାରୁ କଂଗ୍ରେସର ମନବଳ ଦୃଢ ରହିଛି । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଧାମନଗର ଉପ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସାଂଘାତିକ ଲଢେଇ ହେବ । ଲୋକଙ୍କ ପାଖକୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିବେ ଉଭୟ ଦଳ । କାରଣ ଉଭୟ ବିଜେଡି ଓ ବିଜେପି ଚାହୁଁ ନାହାନ୍ତି ଭୋଟ ଆଉ କାହା ଖାତାକୁ ଯାଉ ବୋଲି । ସମସ୍ତ ଭୋଟ ଉଭୟ ଦଳ ବାଣ୍ଟି କୁଣ୍ଟି ନେବେ । କିନ୍ତୁ ଲୋକେ ଏକଥା ଜାଣିସାରିଲେଣି ଯେ ଉଭୟ ଦଳ ମଧ୍ୟରେ କଣ ରହିଛି ବୁଝାମଣା । ଲୋକଙ୍କୁ ସବୁବେଳେ ଭୁଲେଇ ହେବ ନାହିଁ । ଯାହାର ପ୍ରଭାବ ବ୍ରଜରାଜନଗର ଉପ ନିର୍ବାଚନରେ ପ୍ରତିଫଳନ ହୋଇସାରିଛି । ଅର୍ଥାତ ଦ୍ବିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିଛି ବିଜେପି । ତେଣୁ ଏହି ଉପ ନିର୍ବାଚନରେ ମଧ୍ୟ ସେମିତି କିଛି ହେବ । ଏକ ନମ୍ବର ହେଉ ଅବା ଦୁଇ ନମ୍ବର ସ୍ଥାନରେ ରହିବ କଂଗ୍ରେସ ।"

ଏହାବି ପଢନ୍ତୁ- ପଦ୍ମପୁରରେ ହେବ ଉପନିର୍ବାଚନ, ପ୍ରକାଶ ପାଇଲା ବିଧାନସଭା ବିଜ୍ଞପ୍ତି

ଅନ୍ୟପଟେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଦୃଢକ୍ତି, ଧାମନଗରରେ ବିଜେପି ହିଁ ଜିତିବ । ଧାମନଗର ବିଜେପିର ଥିଲା, ରହିବ । ଦଳର ସଂଗଠନ ସୁଦୃଢ ଅଛି । ଧାମନଗର ଜନତା ବିଜେପିକୁ ଭରସା କରିବେ ।

ଧାମନଗର ଉପନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ହେବ ବୋଲି ପୂର୍ବରୁ ଦଳୀୟ ମୁଖପାତ୍ର ଲେଲିନ ମହାନ୍ତି କହିସାରିଥିବା ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ବିଜେପି ଉପନିର୍ବାଚନରେ ଜିତିବ । ଦେଖିବାର କଥା ଦଳୀୟ ରଣନୀତି କଣ ନୂଆ ସମୀକରଣ ତିଆରି କରୁଛି । ଧାମନଗର ବାସୀ କାହା ଉପରେ ଭରସା କରି ମୋହର ମାରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details